Odia News Portal

ଦର୍ଶକଙ୍କ ପାଇଁ ଆଉ ଏକ ଖୁସି ଖବର : ଏବେ ଆରମ୍ଭ ହେବାକୁ ଯାଉଛି ‘ଶ୍ରୀ କୃଷ୍ଣ’

ମୁମ୍ବାଇ : ଦୂରଦର୍ଶନ ଗତ କିଛି ଦିନ ଭିତରେ ପୁରୁଣା ସୋ ପୁଣି ଥରେ ପ୍ରସାରଣ କରି ସମସ୍ତ ଟିଆରପି ରେକର୍ଡ ଭାଙ୍ଗିଛି। ଲକଡାଉନ୍ ଚାଲିଥିବାବେଳେ ଦୂରଦର୍ଶନ ଏହି ସମୟରେ ଦର୍ଶକଙ୍କ ପାଇଁ ‘ରାମାୟଣ’, ‘ମହାଭାରତ’, ‘ଚାଣକ୍ୟ’, ‘ଶକ୍ତିମାନ’, ‘ଦେଖ ଭାଇ ଦେଖ’ ଭଳି ସୁପରହିଟ୍ ସୋ ଫେରାଇ ଆଣିଛି। ଏଥିମଧ୍ୟରୁ ରାମାୟଣ ଏବଂ ମହାଭାରତ ଦର୍ଶକଙ୍କୁ ପୁଣି ପସନ୍ଦ ଆସିଛି। ଏହି ଆଇଡ଼ିଆ ସଫଳ ହେବା ପରେ ଦୂରଦର୍ଶନ ଦର୍ଶକଙ୍କ ପାଇଁ ଆଉ ଏକ ଉପହାର ଲଞ୍ଚ କରିଛନ୍ତି । ଏବେ ଦୂରଦର୍ଶନରେ ‘ଶ୍ରୀକୃଷ୍ଣ’ ସିରିଏଲ ପୁଣି ଫେରିବାକୁ ଯାଉଛି।

‘ରାମାୟଣ’ ସହିତ ‘ଶ୍ରୀକୃଷ୍ଣ’ ର ନିର୍ଦ୍ଦେଶନା ମଧ୍ୟ ରାମାନନ୍ଦ ସାଗର ଦେଇଥିଲେ। ପ୍ରସାର ଭାରତୀ ଏହି ସୂଚନାକୁ ସୋସିଆଲ ମିଡିଆରେ କିଛି ସମୟ ପୂର୍ବରୁ ସେୟାର କରିଛନ୍ତି। ଡିଡି ନ୍ୟାସନାଲରେ ଶ୍ରୀକୃଷ୍ଣ ପ୍ରସାରିତ ହେବ। ଡିଡି ନ୍ୟାସନାଲ ନିଜେ ନିଜ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।