ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତା ଇରଫାନ ଖାନଙ୍କ ସ୍ବାସ୍ଥ୍ୟବସ୍ଥା ଅଚାନକ ଖରାପ ହୋଇଯାଇଛି। ଏବେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଇରଫାନ ମୁମ୍ବାଇ ସ୍ଥିତି କୋକିଳାବେନ୍ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ନିକଟରେ ଇରଫାନଙ୍କ ମା’ ସଇଦା ବେଗମଙ୍କର ପରଲୋକ ହୋଇଥିଲା। ସେତେବେଳେ ଖବର ଆସିଥିବା ଯେ, ଘରଠାରୁ ଦୂରରେ ରହିବା କାରଣରୁ ଇରଫାନ ଭିଡିସ କନଫରେନ୍ସିଂ ଜରିଆରେ ତାଙ୍କ ମା’ଙ୍କର ଅନ୍ତିମ ଦର୍ଶନ କରିଥିଲେ। ଏବେ ଇରଫାନ୍ ମୁମ୍ବାଇରେ ଅଛନ୍ତି। ତାଙ୍କ ସହିତ ତାଙ୍କ ପତ୍ନୀ ସୁତାପା ସିକନ୍ଦର ଓ ଦୁଇ ଝିଅ ବାବିଲ ଓ ଆୟାନ ହସ୍ପିଟାଲରେ ଅଛନ୍ତି।
ଦୁଇ ବର୍ଷ ପୂର୍ବେ ୨୦୧୯ରେ ଇରଫାନ ନିଜର ରୋଗ ସମ୍ପର୍କରେ ସମସ୍ତଙ୍କୁ ଜଣାପଡିଥିଲା। ସେ ନିଜେ ନିଜର ଫ୍ୟାନଙ୍କୁ ଏହି ସକିଂ ଖବର ଦେଇଥିଲେ। ସେ ନିଜେ ଟ୍ବିଟ୍ କରି ନିଜ ରୋଗ ସମ୍ପର୍କରେ ଖୁଲାସା କରିଥିଲେ- ଜୀବନରେ ଅଚାନକ ଏଭଳି କିଛି ହୋଇଯାଏ, ଯାହା ଆପଣଙ୍କୁ ଆଗକୁ ନେଇ ଯାଇଥାଏ। ମୋ ଜୀବନରେ ଗତ କିଛି ଦିନ ଧରି ଏଭଳି ହେଉଛି। ମୋତେ ନ୍ୟୁରେ ଇଣ୍ଡୋକ୍ରାଇନ୍ ଟ୍ୟୁମର ନାମକ ରୋଗ ରହିଛି। କିନ୍ତୁ ମୋର ଆଖପାଖରେ ଥିବା ଲୋକଙ୍କ ଭଲ ପାଇବା ଓ ଶକ୍ତି ମୋ ମନ ଭିତରେ ଆଶା ସୃଷ୍ଟି କରିଛି।
ଉଲ୍ଲେଖନୀୟ ଯେ, ୫୪ ବର୍ଷୀୟ ଇରଫାନଙ୍କର ଲଣ୍ଡନରେ ଚିକିତ୍ସା ଚାଲିଥିଲା। ଏହି ସମୟରେ ସେ ବଲିଉଡରଠାରୁ ଦୂରତ୍ବ ରଖିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ରୋଗ ସହିତ ଲଢିବା ପରେ ସେ ସୁସ୍ଥ ହୋଇ ବଲିଉଡକୁ ଫେରିଥିଲେ। ଗତ ବର୍ଷ ସେପ୍ଟେମ୍ବର ୨୦୧୯ରେ ଭାରତ ଫେରି ସେ ହ୍ବିଲଚେୟାରରେ ବସିଥିବା ବେଳେ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲେ। ପୁଣିଥରେ ଫେରିବା ପରେ ଇରଫାନ ‘ଅଙ୍ଗରେଜି ମିଡିୟମ’ ଫିଲ୍ମର ସୁଟିଂ କରିଥିଲେ। ନିକଟରେ ଏହା ରିଲିଜ୍ ହୋଇଥିଲେ ମଧ୍ୟ କରୋନା ଭାଇରସ ମହାମାରୀ କାରଣରୁ ତାଙ୍କ ଫିଲ୍ମ କମର୍ସିଆଲ ଭାବରେ ସଫଳ ହୋଇପାରିନଥିଲା।