Odia News Portal

ବିଳମ୍ବିତ ରାତିରେ ଭାଇକୁ ଦେଖା କରିବାକୁ ପହଞ୍ଚିଲେ କରୀନା

ବଲିଉଡର ଆଗଧାଡ଼ିର ଅଭିନେତ୍ରୀ କରୀନା କପୁର ସୋମବାର ବିଳମ୍ବିତ ରାତିରେ ଭାଇ ରଣବୀର କପୁରଙ୍କ ଘର ବାହାରେ ନଜର ଆସିଛନ୍ତି। ସେ ନିଜ ଆଣ୍ଟି ନିତୁ ସିଂହ ଓ ଭାଇ ରଣବୀରଙ୍କୁ ଭେଟିଛନ୍ତି। ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ଏହି ସମୟରେ ସେ ମୁହଁରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଏଥିସହ ସେ ଏକ ଧଳା କଳା ସାର୍ଟ ପିନ୍ଧିଥିଲେ। ଏହି ଫଟୋରେ କରୀନା ଦୁଃଖୀ ଦୁଃଖୀ ଦିଶୁଛନ୍ତି। କରୀନାଙ୍କ ଏହି ଫଟୋକୁ ବିଶାଲ ଭୟାନି ସେୟାର କରିଛନ୍ତି। ଏହି ଫଟୋରେ ୩୮ ହଜାରରୁ ଅଧିକ ଲାଇକ ମିଳିଥିବା ଦେଖାଯାଇଛି।

ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ରୋଗରେ ପଡ଼ିବା ପରେ ଏପ୍ରିଲ ୩୦ ତାରିଖରେ ଅଭିନେତା ଋଷି କପୁରଙ୍କ ଦେହାନ୍ତ ହୋଇଛି। ଲକଡାଉନ ଯୋଗୁ ତାଙ୍କ ଶେଷକୃତ୍ୟରେ ହାତଗଣତି ଲୋକ ସାମିଲ ହୋଇଥିଲେ। କରୀନା ମଧ୍ୟ ସେତେବେଳେ ଉପସ୍ଥିତ ଥିଲେ।