Odia News Portal

ଶିଳ୍ପାଙ୍କର ଆଉ ଏକ ମଜାଦାର ଟିକ୍‌ଟକ୍‌ ଭିଡିଓ ଖୁବ୍‌ ଭାଇରାଲ

ଲକ୍‌ଡାଉନ୍‌ ଯୋଗୁ ବଲିଉଡ୍‌ କଳାକାରମାନେ ଏବେ ଘରେ ବନ୍ଦୀ ଜୀବନ ବିତାଉଛନ୍ତି। ଏଣୁ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥିବା ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ବେଳେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ୍‌ ଅଛନ୍ତି। ସେ ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କ ସହ କେତେକ ଭିଡିଓ ସେୟାର କରୁଥିବା ଦେଖିବାକୁ ମିଳିଛି। ତେବେ ଇତିମଧ୍ୟରେ ପୁଣିଥରେ ଶିଳ୍ପାଙ୍କର ଆଉ ଏକ ମଜାଦାର ଟିକ୍‌ଟକ୍‌ ଭିଡିଓ ସାମ୍ନାକୁ ଆସିଛି।

ଭିଡିଓରେ ଶିଳ୍ପା ସେଟ୍ଟୀ କାହା ସହ ଫୋନ୍‌ରେ କଥା ହେଉଛନ୍ତି ଓ ସ୍ୱାମୀଙ୍କୁ କହୁଛନ୍ତି ଯେ ତାଙ୍କୁ ପଡ଼ୋଶୀଙ୍କୁ କରୋନା ହୋଇଛି।

ଶିଳ୍ପା କହୁଛନ୍ତି ଯେ ଶୁଣ ତୁମେ ଜାଣିଛ ଆମ ପଡ଼ୋଶୀଙ୍କୁ କରୋନା ହୋଇଯାଇଛି! ଏହା ଶୁଣି ରାଜଙ୍କ ଅବସ୍ଥା ଖରାପ ହୋଇଯାଉଛି ଓ ସେ ତୁରନ୍ତ ବାଥ୍‌ରୁମ୍‌କୁ ଯାଇ ନିଜ ହାତ ଓ ମୁହଁ ଧୋଇବାକୁ ଲାଗୁଛନ୍ତି। ଶିଳ୍ପା ଓ ତାଙ୍କ ସ୍ୱାମୀଙ୍କ ଏହି ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।