ନୂଆଦିଲ୍ଲୀ : ନିଜ ଗୀତ ‘ପ୍ୟାର କରୋନା’ର ରିଲିଜ ପରେ ସୁପରଷ୍ଟାର ସଲମାନ୍ ଖାନ୍ ନିକଟରେ ନିଜ ଆଗାମୀ ମ୍ୟୁଜିତ୍ ଭିଡିଓ ‘ତେରେ ବିନା’ର ଘୋଷଣା କରିଛନ୍ତି । ଏହା ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ବଡ ସରପ୍ରାଇଜ୍ ଥିଲା କାରଣ ସେ ପୂର୍ବରୁ ନିଜ ଗୀତ ପରେ ଆଉ ୨ଟି ଗୀତ ରିଲିଜ କରିବା ପାଇଂ କଥା ଦେଇଥିଲେ । ଏବେ ସଲମାନ୍ ଖାନ ଓ ଜ୍ୟାକଲିନ୍ ଫର୍ଣ୍ଣାଡିଜଙ୍କ ଏହି ଗୀତର ଟିଜର ରିଲିଜ ହୋଇସାରିଛି ଯାହା କି ଇଣ୍ଟରନେଟରେ ଭାଇରାଲ ହେଉଛି ।
ସଲମାନ୍ ଖାନ୍ ଓ ଜ୍ୟାକିଲନ୍ ଫର୍ଣ୍ଣାଡିଜଙ୍କ ଏହି ଲଭ୍ ସଙ୍ଗର ଟିଜରକୁ ସମସ୍ତେ ପସନ୍ଦ କରୁଛନ୍ତି । ଉଭୟ ନିଜ ଫିଲ୍ମ ‘କିକ୍’ ପରେ ଏକାଠି ନଜର ଆସିଛନ୍ତି । ଉଭୟଙ୍କ ରୋମାଣ୍ଟିକ୍ ଅନ୍ଦାଜ ସମସ୍ତଙ୍କୁ ବହୁତ ପସନ୍ଦ ଆସିଛି ।
ଏହି ଟିଜରକୁ ଏପର୍ଯ୍ୟନ୍ତ ୧୧ ଲକ୍ଷ ଲୋକ ଦେଖିସାରିଲେଣି । ସଲମାନ୍ ଖାନଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ନିଜ ବନ୍ଧୁ ଅଜୟ ଭାଟିଆଙ୍କ ଦ୍ୱାରା କମ୍ପୋଜ ହୋଇଥିବା ଏହି ଗୀତରେ ସଲମାନ୍ ନିଜେ ସ୍ୱର ଦେଇଛନ୍ତି । ଏହାକୁ ଲେଖିଛନ୍ତି ଶବୀର ଅହମଦ । ଏହି ଗୀତକୁ ସଲମାନ୍ ଖାନଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ଓ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରିଲିଜ କରାଯିବ । ଗୀତ ୧୨ ମେରେ ରିଲିଜ ହେବ । କିନ୍ତୁ ସଲମାନଙ୍କ ଫ୍ୟାନ୍ସଙ୍କ ପାଇଁ ଏହି ଟିଜର କୌଣସି ଉପହାରଠୁ କମ୍ ନୁହେଁ ।