Odia News Portal

ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଯାତ୍ରା କଳାକାର

ଜଗତସିଂହପୁର : ଜଗତସିଂହପୁର ଜିଲାର କଂଟାପଡା ଓ ଆଳିପିଙ୍ଗଳ ଠାରେ ବାତ୍ୟାରେ କ୍ଷତିଗସ୍ତ ହୋଇଥିବା ବିପନ୍ନ ମାନଙ୍କୁ ଓଡିଶା ଯାତ୍ରା କଳାକାର ଓ କର୍ମଚରୀ ସଂଘ ପକ୍ଷରୁ ପଲିଥିନ ଓ ବାସନ ସାମଗ୍ରୀ ଆଦି ବଂଟନ କରା ଯାଇଛି ।

ଏହି ଅବସରରେ ସଂଘର ସଂପାଦକ ଆର.କେ ହିରାଲାଲଙ୍କ ସହ ଯାତ୍ରା ଅଭିନେତା ଦଇତାରୀ ପଣ୍ଡା ଓ ଅନ୍ୟାନ୍ୟ କଳାକାର ମାନେ ଯୋଗ ଦେଇ ବିପନ୍ନ ମାନଙ୍କ ଅସୁବିଧା ବାବଦରେ ବୁଝିବା ସହ ସେମାନଙ୍କୁ  ପଲିଥିନ ଓ ବାସନ ବଂଟନ କରିଥିଲେ।