ମୁମ୍ବାଇ : ସୁଯୋଗ ମିଳିଲେ, ହିନ୍ଦୀ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଅଧିକ କାମ କରିବାକୁ ଚାହିଁବେ ସାଉଥ୍ ଷ୍ଟାର ପ୍ରୟାମଣି । ଜାତୀୟ ପୁରସ୍କାର ବିଜୟିନୀ ଏହି ଅଭିନେତ୍ରୀ ୨୦୧୩ରେ ମୁକ୍ତିପ୍ରାପ୍ତ ଶାହରୁଖ ଖାନ୍-ଦୀପିକା ପାଦୁକୋନ ଷ୍ଟାରର୍ ବ୍ଲକ୍ବଷ୍ଟର ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ୍’ର ଆଇଟମ୍ ନମ୍ବର୍ ‘ୱାନ୍ ଟୁ ଥ୍ରୀ ଫୋର୍ ଗେଟ୍ ଅନ୍ ଦ ଡ୍ୟାନ୍ସ ଫ୍ଲୋର’ରେ ଦମ୍ଦାର ପ୍ରଦର୍ଶନ କରଥିେିଲ । ଏଥସିହ ଅନେକ ୱେବ୍ ସରିଜି୍ରେ ମଧ୍ୟ ସେ ଅଭିନୟ କରିଛନ୍ତି ।
ପ୍ରିୟାମଣି କହନ୍ତି, ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିର ଫିଲ୍ମମେକର୍ ଯଦି ଅନୁଭବ କରିବେ ଯେ ସେମାନଙ୍କ ଫିଲ୍ମର କୌଣସି ଏକ ଚରିତ୍ର ପାଇଁ ସେ ଫିଟ୍, ତେବେ ଏହା ତାଙ୍କ ପାଇଁ ବଡ଼ ସୁଯୋଗ ହେବ । ହିନ୍ଦୀ ସିନେ ଜଗତରେ କ୍ୟାରିଅର ଆଗକୁ ନେବା ପାଇଁ ସେ ସବୁବେଳେ ଇଚ୍ଛୁକ ରହିଛନ୍ତି । କିନ୍ତୁ ଏ ନେଇ କେବେ ତରବର ନୁହନ୍ତି ।
ଏବେ ସୁଦ୍ଧା ଯେତିକି କାମ ତାଙ୍କୁ ଏଠାରେ ମିଳିଛି, ତାହା ଏକ ଫିଲ୍ମର ଆଇଟମ୍ ନମ୍ବର ହେଉ ବା ୱେବ୍ ସିରିଜ୍ ସେଥିରେ ସାମିଲ ହୋଇ ଖୁବ୍ ସନ୍ତୁଷ୍ଟ ଥିବା ପ୍ରିୟାମଣି କହିଛନ୍ତି । ମୁଖ୍ୟତଃ ଦକ୍ଷିଣ ସିନେମା ଜଗତରେ ସକ୍ରିୟ ଥିବା ଏହି ଅଭିନେତ୍ରୀ ‘ରାବଣ’ ଓ ‘ରକ୍ତ ରରିତ୍ର-୨’ ଭଳି ବହୁଭାଷୀ ଚଳଚ୍ଚିତ୍ରରେ ନଜର ଆସିଛନ୍ତି । ନିଜର ଅପ୍କମିଙ୍ଗ ପ୍ରୋଜେକ୍ଟ ବିଷୟରେ ସେ ବେଶି କିଛି କହିନାହାନ୍ତି । ଅଜୟ ଦେବଗନ ଷ୍ଟାରର୍ ‘ମୈଦାନ’ରେ ସେ ନଜର ଆସିବେ ।