Odia News Portal

କଙ୍ଗନାଙ୍କ ସହିତ ବଡ ପରଦାରେ ନଜର ଆସିବେ ଏହି ଅଭିନେତ୍ରୀ

ଫିଲ୍ମ ‘ମେନେ ପ୍ୟାର କିଆ’ ଜରିଆରେ ବଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ ଅଭିନେତ୍ରୀ ଭାଗ୍ୟଶ୍ରୀ। ଏଥିରେ ସଲମାନଙ୍କ ସହିତ ତାଙ୍କ ଯୋଡିକୁ ଦର୍ଶକେ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ବାହୁବଲୀ ଷ୍ଟାର ପ୍ରଭାସ ସହିତ କମବ୍ୟାକ୍‌ କରିବେ ବୋଲି ଶୁଣିବାକୁ ମିଳିଥିଲା। ଏହା ପରେ ଏବେ ଏକ ଖବର ଆସିଛି, ଯେଉଁଥିରୁ ଶୁଣିବାକୁ ମିଳିଛି ଯେ, ଭାଗ୍ୟଶ୍ରୀ କୁଇନ ଫେମ କଙ୍ଗନାଙ୍କ ସହିତ ଫିଲ୍ମ ‘ଥଲାଇବି’ରେ ମୁଖ୍ୟ ଭୂମିକାରେ ନଜର ଆସିବେ।

ଫିଲ୍ମର ସୁଟିଂ ଡିସେମ୍ବରରୁ ଆରମ୍ଭ ହୋଇଥିଲା। କିନ୍ତୁ ଲକଡାଉନ ଯୋଗୁଁ ଫିଲ୍ମର ସୁଟିଂ ବନ୍ଦ ରହିଛି। କଙ୍ଗନାଙ୍କ ସହିତ ଫିଲ୍ମ କରିବାକୁ ନେଇ ବେଶ ଉତ୍ସାହିତ ରହିଛନ୍ତି ଭାଗ୍ୟଶ୍ରୀ। କଙ୍ଗନା ସହିତ କାମ କରି ବହୁତ ଖୁସି ରହିଛନ୍ତି ଭାଗ୍ୟଶ୍ରୀ। ଅନେକ ଦିନ ପରେ ଫିଲ୍ମ ଜଗତକୁ ଫେରି ବେଶ୍‌ ଖୁସି ରହିଛନ୍ତି ଭାଗ୍ୟଶ୍ରୀ। ସୂଚନାଯୋଗ୍ୟ, ଫିଲ୍ମ ‘ଥଲାଇବୀ’ ତାମିଲନାଡୁର ଦିବଙ୍ଗତ ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଲିତାଙ୍କ ଜୀବନୀ ଉପରେ ଆଧାରିତ। ଏଥିରେ କଙ୍ଗନା ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ।