କରୋନା ମାହାମରୀ ସଙ୍କଟ ସମୟରେ ବଲିଉଡ ସେଲିବ୍ରିଟ୍ିମାନେ ସହଯୋଗର ହାତ ବଢାଇଛନ୍ତି। ପିଏମ୍ କେୟାର୍ସ ଫଣ୍ଡରେ ସହାୟତା ରାଶି ଜମା କରିବା ସହ ବ୍ୟକ୍ତିଗତ ଭାବେ ମଧ୍ୟ ଏମାନେ କିଛି କିଛି ସାହାଯ୍ୟ କରିଥିବା ଦେଖାଦେଇଛି। ନିକଟରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ଯୋଦ୍ଧାଙ୍କୁ ଏକ ସରପ୍ରାଇଜ ଗିଫ୍ଟ ଦେଇଥିବା ଜଣାପଡିଛି। ଯେଉଁଥିରେ ଆଲିଆଙ୍କୁ ବହୁତ ପ୍ରଶଂସା କରାଯାଇଛି।
ଆଲିଆ ମୁମ୍ବାଇର କେଇଏମ ହସପିଟାଲରେ କାମ କରୁଥିବା ଡାକ୍ତର ଶ୍ରୀପଦ ଗଙ୍ଗାପୁରକର ଏକ ଟୁଇଟ କରି ଆଲିଆଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାସହ ଆଲଆ ପଠାଇଥିବା ସରପ୍ରାଇଜ ଗିଫ୍ଟକୁ ଏକ ଫଟୋ ମଧ୍ୟ ସେ ସେୟାର କରିଛନ୍ତି। ଏହି ଗିଫ୍ଟରେ ଚକୋଲେଟ ବାର, ସୁଇଟ ବନ, ଡ୍ରିଙ୍କ ସହ କିଛି ସ୍ନାକ୍ସ ରହିଛି। ଏହା ସହିତ ବାକ୍ସରେ ଏକ କାଗଜରେ ଆଲିଆ ଲେଖିଛନ୍ତି, ‘ଧନ୍ୟବାଦ ଆପଣମାନେ ଯାହା ବି କରୁଛନ୍ତି। ଲୋକଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ରଖୁଛନ୍ତି। ଆପଣ ଏ ଦେଶର ଅସଲ ହିରୋ। ଏତିପାଇଁ ଡାକତର ଆଲିଆକୁ ଧନ୍ୟବାଦ ଦେଇଛନ୍ତି।