Odia News Portal

ପୋଲ ଡ୍ୟାନ୍ସ ଅଭ୍ୟାସ କରୁଥିବା ସମୟରେ ଏହି ଅଭିନେତ୍ରୀ ଆହତ

ଅଭିନେତ୍ରୀ ମନ୍ଦାନା କରିମୀ ସୁନ୍ଦରତା ଏବଂ ବୋଲ୍ଡନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହାଛଡା ନିଜ ଫ୍ୟାନଙ୍କ ହୃଦୟକୁ ଚୋରାଇବାରେ ବେଶ୍‌ ପାରଙ୍ଗମ ଏହି ଅଭିନେତ୍ରୀ। ଏବେ ମନ୍ଦାନା ନୂଆ ୱେବସିରିଜ ‘ କ କସୀନୋ’ ପାଇଁ ପୋଲ ଡ୍ୟାନ୍ସ କରୁଥିଲେ। ଡ୍ୟାନ୍ସ ଶିଖୁଥିବା ସମୟରେ ମନ୍ଦାନାଙ୍କ ପଡିଯିବାରୁ ଆଘାତ ଲାଗିଛି।

ମନ୍ଦାନା ଏକ ସିନ୍‌ ପାଇଁ ଦୁଇ ଦିନ ହେଲାଣି ପୋଲ ଡ୍ୟାନ୍ସ ଅଭ୍ୟାସ କରୁଥିଲେ। କିନ୍ତୁ ଠିକ୍‌ ସମୟରେ ଡ୍ୟାନ୍ସ କରିବା ସମୟରେ ତାଙ୍କ ହାତ ଖସିଯାଇଥିଲା। ଫଳରେ ତାଙ୍କ ଶରୀରରେ ଆଘାତ ଲାଗିଥିଲା। ତାଙ୍କ ସଂପୂର୍ଣ୍ଣ ଶରୀରରେ ଆଘାତ ଲାଗିଛି। ମେକଅପ୍‌ କରି ସୁଟିଂ ପାଇଁ ସବୁ ଆଘାତକୁ ଲୁଚାଇ ଛନ୍ତି ମନ୍ଦାନା।

ୱେବସିରିଜ ‘ ଦ କସୀନୋ’ର କାହାଣୀ ଜଣେ ଧନୀ ଯୁବତୀର କାହାଣୀ। ଏହି ସିରିଜରେ ଅନେକ ରହସ୍ୟମୟ ଜିନିଷ ଏବଂ ହାଇ କ୍ଲାସ ସୋସାଇଟିର ଚକ୍ରାନ୍ତର ଖୁଲାସା ହୋଇଛି। ଏହି ସିରିଜରେ କରନବୀର ବୋରା, ସୁଧାଂଶୁ ପାଣ୍ଡେ, ଏନ୍ଦ୍ରିତା ରେ, ଧନବୀର ସଂହ ଭଳି କଳାକାର ରହିଛନ୍ତି। ଏହି ଶୋ ଜୁନ ୧୨ରୁ ଜି ୫ରେ ପ୍ରସାରିତ ହେବ।