Odia News Portal

ପୁଣି ଭାଇରାଲ୍‌ ହେଲା ପ୍ରିୟା ପ୍ରକାଶଙ୍କ ନୂଆ ଭିଡିଓ

ମୁମ୍ବାଇ : ଡେବ୍ୟୁ ଫିଲ୍ମ ‘ଉରୁ ଆଦାର ଲଭ୍‌’ର ଏକ କ୍ଲିପ୍‌ ଭାଇରାଲ୍‌ ହେବାପରେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଯାଇଥିଲେ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅର । ସେଥିରେ ତାଙ୍କର ଆଖି ମାରିବାର ଷ୍ଟାଇଲ୍‌କୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ । ତା’ ପରେ ପ୍ରିୟା ବେଶ୍‌ କିଛି ଦିନ ଧରି ସୋସାଲ୍‌ ମିଡିଆରୁ ଦୂରେଇ ରହିଥିଲେ । ଏବେ ଇନଷ୍ଟାଗ୍ରାମ୍‌ ଏକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ସେଥିରେ ତାଙ୍କୁ ‘ତାଲ୍‌’ ଫିଲ୍ମର ଏକ ଗୀତରେ ନାଚୁଥିବାର ଦେଖିବାକୁ ମିଳୁଛି । ଯଦିଓ ସେ ବସିରହି ନୃତ୍ୟ କରୁଛନ୍ତି ତେବେ ତାଙ୍କର ଅଙ୍ଗଭଙ୍ଗୀ ଖୁବ୍‌ ଉଚ୍ଚକୋଟୀର ରହିଛି । ଭିଡିଓର କ୍ୟାପସନ୍‌ରେ ପ୍ରିୟା ଲେଖିଛନ୍ତି, କିଛି ନୂଆ କରିବାର ପ୍ରୟାସ । ଭୁଲ୍‌କୁ ନଜରଅନ୍ଦାଜ କରିବେ । ଆପଣମାନଙ୍କୁ ଏହା ପସନ୍ଦ ଆସିବ ବୋଲି ଆଶା କରୁଛି । ପ୍ରିୟାଙ୍କର ଏହି ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ଏପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଲୋକ ତାକୁ ଦେଖିସାରିଲେଣି ।