Odia News Portal

ମୋର ଜୀବନ ଥିବା ପର୍ଯ୍ୟନ୍ତ ମୁଁ ଶ୍ରମିକମାନଙ୍କୁ ସାହାଯ୍ୟ କରିବି : ସୋନୁ ସୁଦ୍‌

ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କ ଖର୍ଚ୍ଚରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇ ସମସ୍ତଙ୍କ ହୃଦୟ ଜିତୁଥିବାବେଳେ ଏହାକୁ ମହାରାଷ୍ଟ୍ରରେ ଶାସନ କରୁଥିବା ଶିବସେନାକୁ ପସନ୍ଦ ଆସିନାହିଁ । ଶିବସେନାର ପ୍ରବକ୍ତା ସଂଜୟ ରାଓ୍ଵତ ଅଭିନେତା ସୋନୁ ସୁଦଙ୍କୁ ବିଜେପିର ମୋହରା ବୋଲି କହିଛି । ଶିବସେନାର ଏପରି ମନ୍ତବ୍ୟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଘରକୁ ସୋନୁ ପହଞ୍ଚି ୪୦ ମିନିଟ୍‌ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଛନ୍ତି।

ଏହା ପରେ ସୋନୁ କହିଛନ୍ତି, ଯେଉଁମାନେ ପ୍ରକୃତରେ ସାହାଯ୍ୟ ପାଇଁ ହକଦାର, ଆମେ ସେମାନଙ୍କୁ ସାହାଯ୍ୟ କରିବା ଉଚିତ। ମୋର ଜୀବନ ଥିବା ପର୍ଯ୍ୟନ୍ତ ମୁଁ ଶ୍ରମିକମାନଙ୍କୁ ସାହାଯ୍ୟ କରିବି। ଏହାକୁ ସମସ୍ତେ ସମର୍ଥନ କରିଛନ୍ତି, ଯେଉଁଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛି।

ସଞ୍ଜୟ ରାଓତ ଏହି ଆଲେଖ୍ୟରେ ଲେଖିଛନ୍ତି ଯେ, ଲକଡାଉନ୍ ସମୟରେ ହଠାତ୍ ସୋନୁ ସୁଦ ନାମକ ଏକ ନୂତନ ମହାପୁରୁଷ ପ୍ରସ୍ତୁତ ହୋଇଯାଇଥିଲେ । ସୋନୁ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବେ ଏବଂ ମୁମ୍ବାଇର ସେଲିବ୍ରିଟି ମ୍ୟାନେଜର ହୋଇଯିବେ। ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ପଠାଉଥିବାରୁ ତାଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ଏପରିକି ରାଜ୍ୟପାଳ ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ।