ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଖୁବ କମ ସମୟ ମଧ୍ୟରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।ତାପସୀ ଗତ ଏକ ବର୍ଷରେ ପାଞ୍ଚଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ତାଙ୍କର ସମସ୍ତ ଚଳଚ୍ଚିତ୍ର ମଧ୍ୟ ବକ୍ସ ଅଫିସରେ ବହୁତ ସଫଳ ପାଇଛି । ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଗତ ଏକ ବର୍ଷ ମଧ୍ୟରେ ତାପସୀଙ୍କ ଚଳଚ୍ଚିତ୍ର ସର୍ବାଧିକ ଆୟ କରିଛି ।
ଏହି ରିପୋର୍ଟ ଅନୁଯାୟୀ, ତାପସୀ ପନ୍ନୁଙ୍କ ଚଳଚ୍ଚିତ୍ର ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୩୫୨ କୋଟିର ବ୍ୟବସାୟ କରିଛି । ତାପସୀ ସୋସିଆଲ ମିଡିଆରେ ଏହି ରିପୋର୍ଟ ସେୟାର କରିଛନ୍ତି । ତେବେ ଏହାକୁ ସେୟାର କରିବା ସହ ତାପସୀ ନିଜର ଏହି ଯାତ୍ରାରେ ସଫଳତା ହାସିଲ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ମାର୍ଚ୍ଚ ୨୦୧୯ରୁ ନେଇ ଫେବୃଆରୀ ୨୦୨୦ ମଧ୍ୟରେ ରିଲିଜ୍ ହୋଇଥିବା ତାପସୀ ପନ୍ନୁଙ୍କ ଚଳଚ୍ଚିତ୍ରଗୁଡ଼ିକର ଲାଇଫଟାଇମ କଲେକ୍ସନର ଏହି ରିପୋର୍ଟ ସେୟାର କରାଯାଇଛି । ତାପସିଙ୍କର ଏହି ସଫଳତା ପାଇଁ ତାଙ୍କ ପ୍ରଶଂସକ ଠାରୁ ଆରମ୍ଭ କରି ବଲିଉଡର ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସୂଚନା ଅନୁଯାୟୀ ତାପସୀ ପନ୍ନୁ ଗତ ଏକ ବର୍ଷରେ ପାଞ୍ଚଟି ହିଟ୍ ଫିଲ୍ମ ଦେଇଛନ୍ତି । ମିଶନ୍ ମଙ୍ଗଲ, ଗେମ୍ ଓଭର, ବାଦଲା, ସାଣ୍ଢ କି ଆଁଖ, ଓ ଥାପଡ଼ ଜରିଆରେ ସେ ନିଜର ଚମତ୍କାର ଅଭିନୟ ଦେଖାଇଛନ୍ତି । ତେବେ ତାପସୀ ପନ୍ନୁ ଖୁବ ଶୀଘ୍ର ହସିନ୍ ଦିଲରୁବା, ରଶ୍ମି ରକେଟ୍ ଏବଂ ସାବାସ ମିଠୁରେ ନଜର ଆସିବେ ।