Odia News Portal

‘ଅଭିନୟର ନୂଆ ଶୈଳୀ ଶିଖିବାକୁ ଆଗ୍ରହୀ’ ଏହି ବିଉଟି କୁଇନ୍

ମୁମ୍ବାଇ : ପୂର୍ବତନ ବିଉଟି କୁଇନ୍‌ ଏବଂ ଅଭିନେତ୍ରୀ ଉର୍ବଶୀ ରୌତେଲା ‘ ସିଂହ ସାବ୍‌ ଦ ଗ୍ରେଟ୍‌’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ତା’ ପରେ ‘ସନମ୍‌ ରେ’, ‘ଗ୍ରେଟ୍‌ ଗ୍ରାଣ୍ଡ ମସ୍ତି’ ଭଳି ଫିଲ୍ମରେ ତାଙ୍କ ଅଭିନୟର ଝଲକ୍‌ ଦେଖିବାକୁ ମିଳିଥିଲା ।ଦର୍ଶକେ ଏହି ସବୁ ଫିଲ୍ମକୁ ଖୁବ୍‌ ପସନ୍ଦ ବି କରିଥିଲେ ।

ତେବେ ଏହା ସତ୍ତେ୍ୱ ଉର୍ବଶୀ ଅଭିନୟର ନୂଆ ଶୈଳୀ ଶିଖିବାକୁ ଆଗ୍ରହୀ ଅଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ଜଣେ କଳାକାର ଭାବେ ଅଭିନୟର ନୂଆ ଶୈଳୀ ଶିଖିବା ଏବଂ ତା’କୁ ପ୍ରୟୋଗ କରିବା ନିହାତି ଆବଶ୍ୟକ । ଅଭିନୟର ନୂଆ ଶୈଳୀ ଶିଖିବାକୁ ମୁଁ ସବୁବେଳେ ପ୍ରସ୍ତୁତ ରହିଛି । ଆଗକୁ ଉର୍ବଶୀଙ୍କୁ ‘ଭର୍ଜିନ୍‌ ଭାନୁପ୍ରିୟା’ରେ ଦେଖିବାକୁ ମିଳିବ । ତାହା ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ ହେବାର ଯୋଜନା ରହିଛି ।