Odia News Portal

ଏହି ତାରିଖରେ ଖୋଲିଵ ସିନେମା ହଲ୍

କରୋନା ମହାମାରୀ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ହୋଇଥିଲା। ଏବେ ବହୁତ ଦିନର ବ୍ୟବଧାନ ପରେ ଧୀରେ ଧୀରେ ଲକଡାଉନ ଖୋଲିବାକୁ ଲାଗିଛି। ସବୁକିଛି ଧୀରେ ଧୀରେ ଖୋଲୁଥିବା ବେଳେ ସିନେ ପ୍ରେମୀ ଏବେ ଫିଲ୍ମ ହଲ୍‌ କେବେ ଖୋଲିବ ତାକୁ ନେଇ ଚିନ୍ତାରେ ରହିଛି। ଦୀର୍ଘ ୩ ମାସ ଫିଲ୍ମ ହଲ୍‌ ବନ୍ଦ ରହିଥିବା ଯୋଗୁଁ ସିନେପ୍ରେମୀ ଅପେକ୍ଷା କରିବସିଛନ୍ତି। କିନ୍ତୁ ଏବେ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି।

ନ୍ୟୁଜଲାଣ୍ଡରେ ଖୁବଶୀଘ୍ର ଫିଲ୍ମ ହଲ୍‌ ଖୋଲିବ ଏବଂ ସେଠାରେ ଭାରତୀୟ ସିନେମା ପୁଣି ଥରେ ରି- ରିଲିଜ ହେବ। ଟ୍ରେଡ ଅନାଲିଷ୍ଟଙ୍କ କହିବାନୁଯାୟୀ, ଆଗାମୀ ସପ୍ତାହ ଅର୍ଥାତ୍‌ ଜୁନ ୧୫ ତାରିଖରୁ ନ୍ୟୁଜଲାଣ୍ଡରେ ଫିଲ୍ମ ହଲ୍‌ ଖୋଲିବାକୁ ଯାଉଛି। ଏହା ସହିତ ହଲ୍‌ ଖୋଲିବା ପରେ ସୁପରହିଟ୍‌ ପଞ୍ଜାବୀ ଫିଲ୍ମ ମଧ୍ୟ ରି-ରିଲିଜ ହେବ। ଯାହାର ପୋଷ୍ଟର ମଧ୍ୟ ଜାରି ହୋଇଛି।

ନ୍ୟୁଜଲାଣ୍ଡରେ ୨୫ ଜୁନରୁ ଗିପ୍ପି ରେଓ୍ଵାଲଙ୍କ ୨୦୧୯ରେ ଆସଥିବା ଫିଲ୍ମ ‘ଅରଦାସ କରାଁ’ ରିଲିଜ ହେବାକୁ ଯାଉଛି। ‘ଅରଦାସ କରାଁ’ରେ ଗିପ୍ପି ଗେରଓ୍ଵାଲଙ୍କ ସହିତ ସପନା ପାବୀ ମଧ୍ୟ ନଜର ଆସିବେ।