ମୁମ୍ୱାଇ : ସୁଶାନ୍ତ ସିଂହ ରାଜପୂତଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଏହି ଭିତରେ ପୁଣି ଏକ ବଡ଼ ଖୁଲାସା ହୋଇଛି । ସୁଶାନ୍ତର ପ୍ରିୟ ବନ୍ଧୁ ତଥା ଗର୍ଲଫ୍ରେଣ୍ଡ ଥିବା ରିୟା ଚକ୍ରବର୍ତ୍ତୀଙ୍କୁ ପୁଲିସ୍ ଦ୍ୱିତୀୟ ଥର ପୁଣି ଜେରା କରିବ । ପୁଲିସ୍ କହିଛି ରିୟା ଗତ ଜେରା ବେଳେ ନିଜର ବୟାନରେ ସୁଶାନ୍ତଙ୍କ ଜଡ଼ିତ କିଛି କଥାକୁ ଲୁଚାଇଥିଲେ । ଏଥିପାଇଁ ପୁଣି ଜେରା କରାଯିବ ରିୟାଙ୍କୁ
ସୁଶାନ୍ତଙ୍କ ୨ଟି କମ୍ପାନୀରେ ଡାଇରେକ୍ଟର ପଦରେ ଥିଲେ ରିୟା । ପୁଲିସ୍ ସୂତ୍ର ମୁତାବିକ୍ , ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ହେଉଥିବା ଯାଞ୍ଚରେ କିଛି ନୂଆ ତଥ୍ୟ ନଜର ଆସିଛି । ଜଣା ପଡ଼ିଛି , ରିୟା, ସୁଶାନ୍ତଙ୍କ ଦ୍ୱାରା ଗଠିତ କମ୍ପାନୀରେ ନିଜର ଫାଇନ୍ସିଆଲ ଟ୍ରାଜାକ୍ସନର ସୂଚନା ଦେଇନଥିଲେ। ସୁଶାନ୍ତଙ୍କ ଗଠିତ ୩ଟି କମ୍ପାନୀରେ ୨ଟିରେ ନିଜେ ରିୟା ଡାଇରେକ୍ଟର ପୋଷ୍ଟରେ ଥିଲେ । ଆଉ ଗୋଟିଏ କମ୍ପାନୀରେ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀ ଡାଇରେକ୍ଟର ପଦରେ ଥିଲେ । ଏହି କମ୍ପାନୀର ନାମ VIVIDRAGE RHEALITYX PRIVATE LIMITED ଥିଲା
ସୁଶାନ୍ତ ନିଜର ସବୁ ଇନକମ୍ ଅର୍ଥ ଏହି କମ୍ପାନୀରେ ଲଗାଇଥିଲେ –
ସୂତ୍ରାନୁସାରେ ,ଏହି କମ୍ପାନୀଗୁଡ଼ିକରେ ସୁଶାନ୍ତ ନିଜର ଜୀବନସାରା କରିଥିବା ଆୟର ଏକ ବଡ଼ ଅଂଶ ଇନଭେଷ୍ଟ କରିଥିଲେ । ଆଉ ରିୟା ଚକ୍ରବର୍ତ୍ତୀଙ୍କ ଭୂମିକାକୁ ନେଇ ଏହି କମ୍ପାନୀରେ ନିବେଶ କରାଯାଇଥିବା ଅର୍ଥ ବିଷୟରେ ସନ୍ଦେହ କରାଯାଉଛି । ଏବେ ରିୟାଙ୍କୁ ଏହି ବିଷୟରେ ପଚରା ଯିବ । ସେ ଏହି କମ୍ପାନୀରେ କିଛି ଅନଭେଷ୍ଟ କରିଥିଲେ କି ନାହିଁ । ଗତ ଥର ୧୧ଘଣ୍ଟାର ଡଜେରାରେ ରିୟା ଅର୍ଥ ଇନଭେଷ୍ଟ ବିଷୟରେ କିଛି ସୂଚନା ଦେଇନଥିଲେ । ପୁଲିସ୍ ଏବେ ସୁଶାନ୍ତ ସିଂହ ରାଜପୂତଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ବୟାନ ବି ରଖିବ ।