Odia News Portal

ସୋନାକ୍ଷୀ ଡିଲିଟ୍‌ କଲେ ନିଜ ଟ୍ଵିଟର ଆକାଉଣ୍ଟ, କଣ ପାଇଁ ଆସନ୍ତୁ ଜାଣିବା

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସାରା ବଲିଉଡ୍‌ ଜଗତକୁ ଦୋହଲାଇ ଦେଇଛି। ଅଭିନେତାଙ୍କ ମୃତ୍ୟୁ ପରେ ବଲିଉଡ୍‌ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଏବେ ସୋସିଆଲ ମିଡିଆରେ ନେପୋଟିଜମ୍‌ ସବୁଠୁ ଚର୍ଚ୍ଚିତ ମୁଦ୍ଦା ପାଲଟିଛି। ସୁଶାନ୍ତଙ୍କ ଫ୍ୟାନ୍‌ଙ୍କ ସମେତ ସୋସିଆଲ ମିଡିଆ ୟୁଜର୍ସମାନେ ବହୁ କଳାକାରଙ୍କୁ ଏଥିପାଇଁ ନାନା କଟୁ କଥା ଶୁଣାଉଛନ୍ତି। ଏହି ଷ୍ଟାର କିଡ୍ସ୍‌ଙ୍କ ମଧ୍ୟରେ ସୋନାକ୍ଷୀ ସିହ୍ନାଙ୍କ ନାଁ ମଧ୍ୟ ରହିଛି। ଏଭଳିସ୍ଥିତିରେ ସୋନାକ୍ଷୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ସୋନାକ୍ଷୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ ସେ ଟ୍ଵିଟରକୁ ଅଲ୍‌ବିଦା କହିଛନ୍ତି। ନେଗେଟିଭିଟିରୁ ଦୂରକୁ ଯିବା ପାଇଁ ସେ ଏଭଳି କରିଥିବା କହିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଶେଷ ଟ୍ଵିଟର ପୋଷ୍ଟର ସ୍କ୍ରିନ୍‌ ସର୍ଟ ସେୟାର କରି ସୋନାକ୍ଷୀ ଟ୍ଵିଟରରୁ ଦୂରକୁ ଯାଇଥିବା କହିଛନ୍ତି। ଏହି ସ୍କ୍ରିନ୍‌ସର୍ଟକୁ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ମଧ୍ୟ ସେୟାର କରିଛନ୍ତି। ପୋଷ୍ଟର ବ୍ୟାକ୍‌ଗ୍ରାଉଣ୍ଡରେ ଗୀତ ବାଜୁଛି ‘ଆଗ ଲଗେ ଚାହେ ବସ୍ତିମେ, ବାବା ତୋ ରେହେତା ମସ୍ତି ମେଁ’। ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟର କ୍ୟାପସନ୍‌ରେ ସୋନାକ୍ଷୀ ଲେଖିଛନ୍ତି ‘ଆଗ ଲଗେ ବସ୍ତି ମେ, ମେ ଅପନି ମସ୍ତି ମେଁ’। ସୂଚନାଯୋଗ୍ୟ ଯେ ସୋନାକ୍ଷୀ ସିହ୍ନାଙ୍କର ଟ୍ଵିଟରରେ ୧୫.୯ ମିଲିୟନ୍‌ ଫଲୋୟର୍ସ ଥିଲେ।

ପୋଷ୍ଟ ହୋଇଥିବା ଫଟୋରେ ଲେଖାଯାଇଛି ‘‘ନିଜ ମାନସିକ ସ୍ୱାସ୍ଥ୍ୟ ବଞ୍ଚାଇବା ଦିଗରେ ମୋର ପ୍ରଥମ ଚେଷ୍ଟା, ନିଜକୁ ନେଗେଟିଭିଟିରୁ ଦୂରେଇ ରଖିବାକୁ ଚାହୁଁଛି। ଟ୍ଵିଟର ଏବେ ସେଭଳି ହୋଇଯାଇଛି। ଏଣୁ ମୁଁ ମୋ ଆକାଉଣ୍ଟକୁ ଡିଆକ୍ଟିଭ୍‌ କରୁଛି। ବାଏ, ପିସ୍‌ ଆଉଟ୍‌’’। ତେବେ ସୋନାକ୍ଷୀ କେବଳ ନିଜ ଟ୍ଵିଟର ଡିଲିଟ୍‌ କରିନାହାନ୍ତି ଇନ୍‌ଷ୍ଟାଗ୍ରାମ୍‌ର କମେଣ୍ଟ ସେକ୍ସନ୍‌କୁ ବି ବନ୍ଦ କରି ଦେଇଛନ୍ତି। ପୂର୍ବରୁ ସୋନମ୍‌ କପୁର ମଧ୍ୟ ନିଜ କମେଣ୍ଟ ସେକ୍ସନ୍‌ ବନ୍ଦ କରିଦେଇଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ସୋନମ୍‌ ମଧ୍ୟ ନେପୋଟିଜମ୍‌କୁ ନେଇ ଖୁବ୍‌ ଟ୍ରୋଲ ହୋଇଛନ୍ତି।