ଭୁବନେଶ୍ୱର : ଆଇଟିସିର ମଙ୍ଗଳଦୀପ୍ ଜଗନ୍ନାଥ ମନ୍ଦିର ଅଗରବତୀର ବ୍ରାଣ୍ଡ୍ ଆମ୍ବାସଡ଼ର ଭାବେ ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି । ଏହି ପବିତ୍ର ଅଗରବତୀକୁ ଓରମାସ୍(ଓଡ଼ିଶା ର୍ୟୁରାଲ ଡେଭଲପ୍ମେଂଟ୍ ଆଣ୍ଡ୍ ମାର୍କେଟିଙ୍ଗ୍ ସୋସାଇଟି)ର ସହାୟତାରେ ଗ୍ରାମୀଣ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ।
ଏହାର ବଜାର ପ୍ରବେଶ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ବର୍ଷ ରାଥଯାତ୍ରା ସମୟରେ ସମ୍ପନ୍ନ ହୋଇଥିଲା । ଚଳିତ ରଥଯାତ୍ରା ଅବସରରେ ଓଡ଼ିଆ ଫିଲ୍ମରେ ଗତ ୧୦ ବର୍ଷ ଧରି ଅଭିନୟ କ୍ଷେତ୍ରରେ ସୁପରଷ୍ଟାର ପାଲଟିଥିବା ବାବୁସାନଙ୍କୁ ବ୍ରାଣ୍ଡ୍ ଆମ୍ବାସଡ଼ର ଭାବେ ନିଯୁକ୍ତ କରାଯାଇଛି । ବାବୁୁସାନ ଜଣେ ତାଲିମପ୍ରାପ୍ତ କ୍ଲାସିକାର ସିଙ୍ଗର ମଧ୍ୟ ।