Odia News Portal

ଖ୍ୟାତନାମା ଯାତ୍ରା ଅଭିନେତା ପ୍ରଭାତ ଆଉ ନାହାନ୍ତି

ବାଲେଶ୍ବର : ଖ୍ୟାତନାମା ଯାତ୍ରା ଅଭିନେତା ପ୍ରଭାତ କୁମାର ନାୟକ ଆଉ ନାହାନ୍ତି । ଆଜି ପୂର୍ବାହ୍ନ ରେ ଭୁବନେଶ୍ୱର ଏମସ୍‌ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ସେ କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଏମସ୍‌ରେ ଚିକିତ୍ସାଧୀନ ଥିଲେ। ପ୍ରଭାତ ନାୟକ ସୋର ବ୍ଲକ ମହୁମୁହାଣ ଗ୍ରାମରେ ୧୬୬୧ ମସିହା ମାର୍ଚ୍ଚ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଅଭିନୟ ନିଶାରେ କଲେଜ ରୁ ପାଠପଢା ଛାଡି ୧୯୭୫ ମସିହାରେ ମୁକ୍ତେଶ୍ଵର ଅପେରାରେ ଯୋଗଦେଇଥିଲେ ।

ଏହାପରେ ଆଖଣ୍ଡଳମଣି ଗଣନାଟ୍ୟ, ଜଟାଧାରୀ, ପଲ୍ଲିଶ୍ରୀ କଳାନିକେତନ, କଳିଙ୍ଗ, ଶିବାନୀ, ଓଡିଶା ଅପେରା, ମା, ସାଗରକନ୍ୟା, ରାଜଶ୍ରୀ, ତୁଳସୀ, ବାଣେଶ୍ବରୀ, ପାର୍ବତୀ, ଇଷ୍ଟର୍ଣ୍ଣ ବ୍ଲୁ, ଓଁଶ୍ରୀ ପ୍ରଭୃତି ଯାତ୍ରାନୁଷ୍ଠାନ ରେ ସଫଳତାର ସହ ଅଭିନୟ କରି ଗୌରୀ ଗଣନାଟ୍ୟରୁ ଅବସର ନେଇଥିଲେ।

ତାଙ୍କ ଅଭିନୀତ ନାଟକ ମଧ୍ୟରେ ‘ଚାଲ ଫେରିଯିବା ଆମ ଗାଁ କୁ, ଜହ୍ନି ଫୁଲ ଠୋ ଠା, ଶ୍ରୀକୃଷ୍ଣ ଆସୁଛନ୍ତି, କନିଆ ଯାଉଛି କାଞ୍ଚନପୁର, ପ୍ରଭୃତି ବହୁ ନାଟକରେ ଅଭିନୟ କରି ଯାତ୍ରା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସଫଳତା ପାଇଥିଲେ।