Odia News Portal

ଷ୍ଟାର କିଡ୍‌ସଙ୍କ ବିନା ମେକ୍‌ଅପ୍‌ ଫଟୋ ସେୟାର କଲେ କଙ୍ଗନା

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ନେପୋଟିଜମ୍‌ ବା ପରିବାରବାଦ ଏବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ସେବେଠାରୁ ସୋସିଆଲ ମିଡିଆରେ ‘ପାପା ହେ ନା’ ହ୍ୟାସ୍‌ ଟ୍ୟାଗ୍‌ ଟ୍ରେଣ୍ଡ କରୁଛି। ଏହା ମାଧ୍ୟମରେ ଫ୍ୟାନ୍‌ମାନେ ନେପୋଟିଜମ୍‌କୁ ନେଇ କମେଣ୍ଟ କରୁଛନ୍ତି। ଏହି ହାସ୍‌ଟ୍ୟାଗ୍‌ ବ୍ୟବହାର କରି ଜଣେ ୟୁଜର ଆଲିଆ ଭଟ୍ଟ, ସୋନମ୍‌ କପୁର, ସୋନାକ୍ଷୀ ସିହ୍ନା ଓ ସାରା ଅଲ୍ଲୀ ଖାନ୍‌ଙ୍କ ପୁରୁଣା ଫଟୋ ସେୟାର କରିଛନ୍ତି।

ଷ୍ଟାର କିଡ୍‌ସଙ୍କର ଏହି ଫଟୋକୁ କଙ୍ଗନା ରାଣାଓ୍ଵତ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ରିଟ୍ଵିଟ୍‌ କରି ଏକ ମଜାଳିଆ କମେଣ୍ଟ ଲେଖିଛନ୍ତି। କଙ୍ଗନା ଲେଖିଛନ୍ତି କିଛି ଲୋକ କହିଛନ୍ତି ଯେ ‘ଏହା ବଡିସେମିଂ। ନା ଏହା ପ୍ରକୃତରେ ମୁଭି ମାଫିଆଙ୍କ ପାଇଁ ରିଆଲିଟି ଚେକ୍‌। କରନ୍‌ ଜୋହରଙ୍କ ଭଳି ଲୋକ ଯିଏ ରେକର୍ଡରେ ଯାଇ କହୁଛନ୍ତି ଯେ ଯଦି ଆଉଟ ସାଇଡର ଷ୍ଟାର କିଡ୍‌ସଙ୍କ ଭଳି ଗୁଡ ଲୁକିଂ ନୁହେଁ ତ ସେଥିରେ ତାଙ୍କର କ’ଣ ଭୁଲ। ଲୋକମାନେ ସତ ଜାଣିବା ଉଚିତ’।

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ କଙ୍ଗନା ରାଣାଓ୍ଵତ ମର୍ଡର ବୋଲି କହିଛନ୍ତି। ସେ ଏକ ଭିଡିଓ ସେୟାର କରି କେତେକ ତଥ୍ୟ ଦେଇ ଏଭଳି କହିଛନ୍ତି। ଭିଡିଓରେ କଙ୍ଗନା କହିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ପରେ କେତେକ କଥା ବାହାରକୁ ଆସିଛି। ସୁଶାନ୍ତ ନିଜ କ୍ୟାରିୟରକୁ ନେଇ ଚିନ୍ତାରେ ଥିବା ତାଙ୍କ ପିତା କହିଛନ୍ତି। ଏଥିସହ ଜାଣିଶୁଣି ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ତଡ଼ିବାକୁ ଏଭଳି ଚକ୍ରାନ୍ତ ଚାଲିଥିବା କହିଛନ୍ତି କଙ୍ଗନା।