ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ବଲିଉଡରେ ନେପାଟିଜମକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ଏହି ପ୍ରସଙ୍ଗରେ ବଲିଉଡ ଜଗତର ଅନେକ ବ୍ୟକ୍ତି ସ୍ୱର ଉତ୍ତୋଳନ କରିଛନ୍ତି । ଗାୟକ ସୋନୁ ନିଗମ ମଧ୍ୟ ଇଣ୍ଡଷ୍ଟ୍ରୀର ଅନେକ ଲୋକଙ୍କୁ ଟାର୍ଗେଟ୍ କରିଛନ୍ତି । ତେବେ ସୋନୁଙ୍କୁ ପ୍ରତି ଜବାବ ଦେଇଛନ୍ତି ବିଦ୍ୟା ଖୋସଲା । ଏବେ ଗାୟିକା ସୋନା ମହାପାତ୍ର ମଧ୍ୟ ସୋନୁଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । ସୋନା ଟ୍ୱିଟ୍ କରି କହିଛନ୍ତି ଯେ, ସୋନୁ ନିଗମ ହେଉଛନ୍ତି ସିଏ ଯିଏକି ମିଠୁ ଅଭିଯୁକ୍ତ ଅନୁ ମଲିକଙ୍କୁ ସମର୍ଥନ କରିଥିଲେ । ଆଜି ସେ ନୋପୋଟିଜମ୍ କଥା କହୁଛନ୍ତି । ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ମାଫିଆ ବାବଦରେ କହୁଛନ୍ତି । ଅନୁ ମଲିକଙ୍କ ବିରୋଧରେ ପ୍ରମାଣ ଥିଲେ ମଧ୍ୟ ସୋନୁ ନିଗମ ଚୁପ୍ ରହିଥିଲେ । ଇଣ୍ଡଷ୍ଟ୍ରୀ ଠିକ୍ ରହୁ ବୋଲି ସେ ଚାହାଁନ୍ତି ନାହିଁ ।
ପୂର୍ବରୁ ମିଠୁ ମାମଲାକୁ ନେଇ ଇଣ୍ଡଷ୍ଟ୍ରୀରେ ବିବାଦ ଆରମ୍ଭ ହୋଇଥିଲା । ସୋନା ମହାପାତ୍ର ମିଠୁ ଅଭିଯୁକ୍ତ ଅନୁ ମଲିକଙ୍କୁ ଇଣ୍ଡିଆଲ୍ ଆଇଡଲ ସୋରୁ ବାହାର କରିବାକୁ ଅପିଲ କରିଥିଲେ । ଏହାପରେ ଅନୁଙ୍କୁ ସୋରୁ ବାହାର କରାଯାଇଥିଲା । ଏହି ପ୍ରସଙ୍ଗରେ ସୋନୁ ନିଗମ ଅନୁଙ୍କୁ ସମର୍ଥନ କରିଥିଲେ । ନିକଟରେ ସୋନୁ ନିଗମ ଏକ ଭିଡିଓ ସେୟାର କରି କହିଥିଲେ ଯେ, ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ମଧ୍ୟ ନୋପୋଟିଜମ ରହିଛି । ମ୍ୟୁଜିକ୍ ମାଫିଆ ମନଇଛା କାମ କରୁଛନ୍ତି । ନୂଆ ଗାୟକଙ୍କୁ ସୁଯୋଗ ଦେଉନାହାଁନ୍ତି । ସେ ଟି ସିରିଜର ଭୁଷଣ କୁମାରଙ୍କ ନାଁ ନେଇ ସମାଲୋଚନା କରିଥିଲେ । କିନ୍ତୁ ଭୁଷଣ କୁମାର ସମସ୍ତ ଅଭିଯୋଗକୁ ମିଛ କହିଥିଲେ ।