Odia News Portal

ଓଡ଼ିଶା ଟେଲିଭିଜନ କଳାକାର ଆସୋସିଏସନ ତରଫରୁ ଦୀପାଙ୍କୁ ସାହାଯ୍ୟ

ଭୁବନେଶ୍ୱର : ଓଡିଶା ଟେଲିଭିଜନ କଳାକାର ଆସୋସିଏସନ(ଓଟା-OTAA) ତରଫରୁ ଏମ୍ସରେ  ଚିକିତ୍ସିତ ହେଉଥିବା କଳାକାର ଦୀପା ସାହୁଙ୍କୁ ଆର୍ଥିକ ସାହାଯ୍ୟ କରାଯାଇଛି । କହିରଖୁଛୁ  ଅଭିନେତ୍ରୀ ଦୀପା ବର୍ଷେ ହେବ ଗର୍ଭାଶୟ କର୍କଟରେ ପୀଡ଼ିତ ଅଛନ୍ତି ।

ବର୍ତ୍ତମାନ ସେ କ୍ୟାନସରର ଥାର୍ଡ ଷ୍ଟେଜ୍‌ରେ ରହିଛନ୍ତି । ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ସେ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।