Odia News Portal

ତାପସୀ ପନ୍ନୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କଙ୍ଗନା

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ କଙ୍ଗନା ରାଣାଓ୍ଵତ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ହୋଇଯାଇଛନ୍ତି। ପୂର୍ବରୁ ମୁଭି ମାଫିଆଙ୍କ ଉପରେ ବର୍ଷିଥିବା କଙ୍ଗନା ଏବେ ତାପସୀଙ୍କୁ ସେହି ମାଫିଆଙ୍କ ଚାମ୍‌ଚା କହିଛନ୍ତି। କଙ୍ଗନା ରାଣାଓ୍ଵତଙ୍କ ସୋସିଆଲ ମିଡିଆ ଟିମ୍‌ ଶନିବାର ତାପସୀ ପନ୍ନୁଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ ସେ କଙ୍ଗନାଙ୍କ ସଂଘର୍ଷର ଫଳକୁ ଛଡ଼ାଇ ନେଇଛନ୍ତି। ତାପସୀଙ୍କୁ ଟ୍ୟାଗ୍‌ କରି କଙ୍ଗନାଙ୍କ ଟିମ୍‌ ଟ୍ଵିଟରରେ ଏଭଳି ଅଭିଯୋଗ କରିଛନ୍ତି।

ଟ୍ଵିଟ୍‌ରେ ଲେଖାଯାଇଛି ‘ବାହାରର କେତେକ ଚାପଲୁସ୍‌ ନିୟମିତ ଭାବେ କଙ୍ଗନା ଆରମ୍ଭ କରିଥିବା କ୍ୟାମ୍ପେନିଂକୁ ବିଫଳ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ମୁଭି ମାଫିଆଙ୍କ ଗୁଡବୁକ୍‌ରେ ରହିବାକୁ ଚାହୁଁଛନ୍ତି। କଙ୍ଗନାଙ୍କ ଉପରେ ଆକ୍ରମଣ କରିବା ପାଇଁ ତାଙ୍କୁ ଫିଲ୍ମ ଓ ଆଓ୍ଵାର୍ଡ ମିଳେ ଏବଂ ସେମାନେ ଖୋଲାଖୋଲି ମହିଳାଙ୍କୁ ପ୍ରତାଡ଼ିତ କରିଥାନ୍ତି। ଲଜ୍ଜା ଲାଗିବା କଥା ତୁମକୁ ତାପସୀ, ତୁମେ ତାଙ୍କ ସଂଘର୍ଷର ଫଳ ଛଡ଼ାଇନେଇଛ ଓ ତାଙ୍କ ବିରୋଧରେ ଏକଜୁଟ୍‌ ବି ହେଉଛ।

ଟିମ୍‌ କଙ୍ଗନାର ଟ୍ଵିଟ୍‌ର ଉତ୍ତର ତାପସୀ ସିଧାସଳଖ ଦେଇନଥିଲେ ମଧ୍ୟ ସେ ଟୋନି ଗସ୍କିନ୍ସର ମୋଟିଭେସନାଲ କ୍ୱଟ୍‌ ସେୟାର କରି ଜବାବ ଦେଇଛନ୍ତି। ସେଥିରେ ଲେଖାଅଛି ‘ମନ୍ଦ ଲୋକଙ୍କୁ ସବୁବେଳେ ସକରାତ୍ମକ କଥା କହିବାକୁ ବି ନକାରାତ୍ମକର ଆବଶ୍ୟକତା ପଡ଼ିଥାଏ’। ଏହି ପୋଷ୍ଟରେ ତାପସୀ କ୍ୟାପସନ୍‌ ଲେଖିଛନ୍ତି ‘ମୁଁ ଜୀବନରେ କେତେକ ଜିନିଷ ପାଳନ କରୁଛି। ଖାସ୍‌ କରି ଏଇ କିଛି ମାସ ହେବ ମୁଁ ଏହି କାମ କରୁଛି। ଏହା ଦ୍ୱାରା ମତେ ମାନସିକ ଶାନ୍ତି ମିଳୁଛି। ଯାହାକୁ ମୁଁ ସେୟାର କରୁଛି।’