Odia News Portal

ଐଶର୍ଯ୍ୟା ରାୟ-ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍

ମୁମ୍ବାଇ : ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ କରୋନା ପଜିଟିଭ୍ ଆସିବା ପରେ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନ ଓ ଜୟା ବଚ୍ଚନଙ୍କ ଟେଷ୍ଟ ନେଗେଟିଭ୍ ଆସିଛି । ଅମିତାଭଙ୍କ ପଜିଟିଭ୍ ଆସିବା ପରେ ତାଙ୍କ ପୁରା ପରିବାର ଓ ଷ୍ଟାଫଙ୍କ ଟେଷ୍ଟ କରାଯାଇଥିଲା ଯେଉଁଥିରେ ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ଘରର ଅନ୍ୟ ଷ୍ଟାଫଙ୍କ ରେଜଲ୍ଟ ଆସିବା ବାକି ଅଛି ।

ଅଭିଷେକ ବଚ୍ଚନଙ୍କ କଥା କହିବା ତେ ତାଙ୍କୁ ଡେବ୍ୟୁ ୱେବ୍ ସିରିଜ ବ୍ରିଦ୍ ଇଣ୍ଟୁ ଦ ସୋଡେଜ୍ ୧୦ ଜୁଲାଇରେ ରିଲିଜ ହୋଇଥିଲା । ଗତ ଅନେକ ଦିନରୁ ଅଭିଷେଖ ଏହି ୱେବ୍ ସିରିଜର ଡବିଂ ପାଇଁ ଷ୍ଟୁଡିଓ ଯାଉଥିଲେ । ଅଭିଷେକ ନିଜ କରୋନା ପଜିଟିଭ୍ ହେବା ଖବର ଟ୍ୱିଟ୍ କରି ଜଣାଇଥିଲେ । କହିରଖୁଛୁ ଶନିବାର ବିଳମ୍ବିତ ରାତିରେ ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଆଡମିଟ୍ କରାଯାଇଛି । ୭୭ ବର୍ଷୀୟ ଅମିତାଭ ବଚ୍ଚନ ନିଜ ପଜିଟିଭ୍ ହେବା ଖବର ଟ୍ୱିଟ୍ ମାଧ୍ୟମରେ ଜଣାଇଥିଲେ ।