Odia News Portal

ମୃତ୍ୟୁର ମାସେ ପରେ ସୁଶାନ୍ତଙ୍କୁ ମନେ ପକାଇଲେ ଏହି ଅଭିନେତ୍ରୀ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ମଧ୍ୟ ଏବେ ବି ଲୋକମାନେ ତାଙ୍କୁ ମନେ ପକାଉଛନ୍ତି। ଜୁନ୍‌ ୧୪ ତାରିଖ ଆଜିର ଦିନରେ ସୁଶାନ୍ତ ଦୁନିଆକୁ ଅଲ୍‌ବିଦା କହିଥିଲେ। ସୁଶାନ୍ତଙ୍କୁ ମନେ ପକାଇ ତାଙ୍କ ତଥାକଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଆଜି ଏକ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି। ସୁଶାନ୍ତଙ୍କ ଫଟୋ ସେୟାର କରି ରିୟା ଏକ ଇମୋସନାଲ କ୍ୟାପ୍‌ସନ୍‌ ଲେଖିଛନ୍ତି।

ରିୟା ଲେଖିଛନ୍ତି, ‘ଆଜି ବି ନିଜ ଭାବନାକୁ ସାମ୍ନା କରିବା ପାଇଁ ସଂଘର୍ଷ ଜାରି ରଖିଛି। ମୋ ହୃଦୟ ଆଜି ବି ତୁମକୁ ଝୁରୁଛି। ତୁମେ ହିଁ ଜଣେ ଯିଏ ମୋତେ ପ୍ରେମକୁ ବିଶ୍ୱାସ କରିବା ଶିଖାଇଥିଲ। ପ୍ରେମର ଅର୍ଥ ବୁଝାଇଥିଲ। ଜୀବନର ଅର୍ଥ ବୁଝାଇଥିଲ। ସ୍ୱର୍ଗରେ ତୁମକୁ ଜହ୍ନ ତାରା ଖୁସି ମନରେ ସ୍ୱାଗତ କରିଥିବେ। ତୁମକୁ ସମସ୍ତେ ଖୁବ୍‌ ଭଲ ପାଉଛନ୍ତି। ତୁମକୁ ହରାଇବାର ୩୦ ଦିନ ହେଲାଣି। ମୁଁ ତୁମକୁ ଅପେକ୍ଷା କରିବି ଓ ମୋ ପାଖକୁ ଫେରି ଆସିବାକୁ ଇଚ୍ଛା କରିବି’।

ରିୟାଙ୍କ ଏହି ଇମୋସନାଲ ପୋଷ୍ଟରେ ଅନେକ ବଲିଉଡ୍‌ ସେଲିବ୍ରିଟି କମେଣ୍ଟ କରିଥିବା ଦେଖାଯାଇଛି। ତୁହିରା କଶ୍ୟପ, ଟାଇଗର ଶ୍ରଫ ପ୍ରମୁଖ କଳାକାର ଏହି ପୋଷ୍ଟରେ କମେଣ୍ଟ କରି ରିୟାଙ୍କୁ ଧୈର୍ଯ୍ୟ ଧରିବାକୁ କହିଛନ୍ତି। ଅନ୍ୟପଟେ କିଛି ଲୋକ ରିୟାଙ୍କ ପୋଷ୍ଟରେ ତାଙ୍କୁ ସୁଶାନ୍ତଙ୍କ ହତ୍ୟାକାରୀ କହିଥିବା ବେଳେ ଆଉ କିଛି ରିୟାଙ୍କୁ ମିସେସ୍‌ ଭଟ୍ଟ ବୋଲି ମଧ୍ୟ ସମ୍ବୋଧିତ କରିଛନ୍ତି।