Odia News Portal

ଏହି ଅଭିନେତ୍ରୀ କରୁଥିଲେ ସୁଶାନ୍ତଙ୍କ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡର ବ୍ୟବହାର

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ମଧ୍ୟ ଏବେ ଯାଏଁ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ମୁମ୍ବାଇ ପୋଲିସ ଲଗାତାର ଏନେଇ ତଦନ୍ତ ଜାରି ରଖିଛି। ତଥାପି କୌଣସି ସୁରାକ ହାତରେ ଲାଗିନାହିଁ। ଇତିମଧ୍ୟରେ କେସ୍‌ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଶୁକ୍ରବାର ପୋଲିସ ହାତରେ ଏକ ବଡ଼ ପ୍ରମାଣ ଲାଗିଛି।

ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ବାହାର କରିବା ପରେ ଜଣାଯାଇଛି ଯେ ସୁଶାନ୍ତଙ୍କ ବ୍ୟତୀତ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚର୍କବର୍ତ୍ତୀ ମଧ୍ୟ ତାଙ୍କ କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡ ବ୍ୟବହାର କରୁଥିଲେ। ଗତ ୧୧ ମାସ ହେବ ରିୟା ସୁଶାନ୍ତଙ୍କ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡରେ ସପିଂ କରୁଥିବା ଜଣାଯାଇଛି।

କେବଳ ଏତିକି ନୁହେଁ ଗତ ବର୍ଷ ରିୟା ୟୁରୋପ ଗସ୍ତରେ ଯାଇଥିବା ବେଳେ ତାଙ୍କର ସମସ୍ତ ଖର୍ଚ୍ଚ ମଧ୍ୟ ସୁଶାନ୍ତ ଉଠାଇଥିବା ଜଣାଯାଇଛି। ସେହିପରି ରିୟାଙ୍କୁ ଉଭୟ କାର୍ଡର ପିନ୍‌ କୋଡ୍‌ ଓ ପାସ୍‌ ଓ୍ଵାର୍ଡ ମଧ୍ୟ ଜଣାଥିଲା। ଖବର ମୁତାବକ ବହୁ ଦିନ ପର୍ଯ୍ୟନ୍ତ ସୁଶାନ୍ତଙ୍କ କାର୍ଡ ରିୟାଙ୍କ ପାଖରେ ହିଁ ରହିଥିଲା। ସୂଚନାଯୋଗ୍ୟ ଯେ ରିୟା ଚକ୍ରବର୍ତ୍ତୀ ନିକଟରେ ଟ୍ଵିଟ୍‌ କରି ଗୃହମନ୍ତ୍ରୀ ଅମିତଶାହଙ୍କୁ ସୁଶାନ୍ତଙ୍କ ହତ୍ୟା ମାମଲାର ତଦନ୍ତ ଭାର ସିବିଆଇକୁ ଦେବାକୁ ଅନୁରୋଧ କରିଥିଲେ।