ମୁମ୍ବାଇ : ନିକଟରେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ଆରାଧ୍ୟା ଏବଂ ଅନୁପମ ଖେରଙ୍କ ପରିବାର କରୋନା ଭାଇରସ୍ ପଜିଟିଭ୍ ଥିବା ଜଣାପଡିଛି। ରେଖାଙ୍କ ବଙ୍ଗଳାର ସିକ୍ୟୁରିଟି ଗାର୍ଡ ମଧ୍ୟ କରୋନା ପଜିଟିଭ୍ ଜଣାପଡିବା ପରେ ରେଖାଙ୍କ ବଙ୍ଗଳାକୁ ମଧ୍ୟ ସିଲ୍ କରାଯାଇଥିଲା । ଏମାନଙ୍କ ବ୍ୟତୀତ ଟିଭି ଜଗତର ଅନେକ ତାରକା ମଧ୍ୟ କୋଭିଡ -19 ପଜିଟିଭ୍ ବୋଲି ଜଣାପଡିଛି |
ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ କରୋନା ରିପୋର୍ଟ ପଜିଟିଭ୍ ହେବା ପରେ ସେମାନଙ୍କର ସମସ୍ତ ବଙ୍ଗଳାକୁ ସାନିଟାଇଜ୍ କରାଯାଇ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଥିଲା। ଏହା ପରେ ଅନୁପମ ଖେର ଏବଂ ରେଖାଙ୍କ ବଙ୍ଗଳା ସହିତ ମଧ୍ୟ ସେୟା ଘଟିଥିଲା । ସୂଚନା ଅନୁଯାୟୀ, ବର୍ତ୍ତମାନ ଈଶା ଦେୱଲଙ୍କ ବଙ୍ଗଳାକୁ ମଧ୍ୟ ସିଲ୍ କରାଯାଇଛି। ବିଏମସି ତାଙ୍କ ବଙ୍ଗଳା ବାହାରେ କଣ୍ଟେନମେଣ୍ଟ ଜୋନର ନୋଟିସ ଲଗାଇଛି ।
ଈଶା ଦେୱଲଙ୍କ ବଙ୍ଗଳା କଣ୍ଟେନମେଣ୍ଟ ଜୋନରେ ସାମିଲ ହୋଇଛି କିନ୍ତୁ ପରିବାରରେ କିଏ ପଜିଟିଭ୍ ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। କିଛି ଦିନ ପୂର୍ବରୁ ଗଣମାଧ୍ୟମରେ ହେମା ମାଲିନି କରୋନା ପଜିଟିଭ୍ ଥିବା ଖବର ଆସିଥିଲା। ତେବେ ଉଭୟ ହେମା ମାଳିନୀ ଏବଂ ଇଶା ଏହି ଖବରକୁ ଅସ୍ୱୀକାର କରିଛନ୍ତି। ଏଭଳି ପରିସ୍ଥିତିରେ ଲୋକମାନେ ଅନୁମାନ କରୁଛନ୍ତି ଯେ ତାଙ୍କ ବଙ୍ଗଳାରେ କେଉଁ ସଦସ୍ୟ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି।