Odia News Portal

ମସଲ୍ସ ଦେଖାଇଲେ ହୁମା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ହୁମା କୁରେଶି ଇନ୍‌ଷ୍ଟା ଏକାଉଣ୍ଟରେ ପ୍ରାୟତଃ ନିଜ ଫିଟ୍‌ନେସ ରୁଟିନ୍‌ ସଂପର୍କରେ ସୂଚନା ଅପଲୋଡ୍‌ କରିଥାନ୍ତି । ଲାଟେଷ୍ଟ ପୋଷ୍ଟରେ ସେ ମସଲ୍ସ (ମାଂସପେଶୀ) ଦେଖାଇ ଏକ ଭିଡିଓ ସେୟାର କରିଛନ୍ତି । ୪୦ ଦିନର ପରିଶ୍ରମ ପରେ ଏହି ଫଳାଫଳ ମିଳିଥିବା ହୁମା ପ୍ରକାଶ କରିଛନ୍ତି ।

କ୍ୟାପ୍‌ସନରେ ଲେଖିଛନ୍ତି, ‘ ପୂର୍ବାପେକ୍ଷା ଶକ୍ତିଶାଳୀ, ଫିଟ୍‌, ପତଳା… ଜଣେ ଝିଅକୁ ଏହାଠାରୁ ଅଧିକ କ’ଣ ଆବଶ୍ୟକ । ଗତ ୪୦ ଦିନ ମୁଁ କଠିନ ବ୍ୟାୟାମ କରି ବିତାଇଛି ।’ ସେହିପରି ଲକଡାଉନ୍‌ ପିରିୟଡ୍‌ରେ ଟ୍ରେନିଂ ପ୍ରଦାନ କରିଥିବା ଯୋଗୁ ସେ ପ୍ରଶିକ୍ଷକଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ହୁମାଙ୍କୁ ଆଗକୁ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ବେଲବଟମ୍‌’ରେ ଦେଖିବାକୁ ମିଳିବ । କିଛି ଦିନ ତଳେ ଫିଲ୍ମର କଳାକାରଙ୍କ ଏକ ଫଟୋ ସେୟାର କରାଯାଇଥିବାବେଳେ ସେଥିରେ ହୁମା ନଜର ଆସିଥିଲେ । ଆସନ୍ତା ମାସରୁ ତାର ସୁଟିଂ ଆରମ୍ଭ ହୋଇପାରେ ।