Odia News Portal

ସୋସିଆଲ ମିଡିଆରେ ବୋଲ୍ଡ ଫଟୋ ସେୟାର କରି ନିଆଁ ଲଗେଇଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ବିପାଶା ବସୁ ଅଭିନେତା କରଣ ସିଂ ଗ୍ରୋଭରଙ୍କ ସହ ବିବାହ ପରେ ଫିଲ୍ମ ଜଗତକୁ ପରିବର୍ତ୍ତନ କରିନାହାଁନ୍ତି କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି । ନିକଟରେ ବିପାଶା ତାଙ୍କର ବୋଲ୍ଡ ଏବଂ ଗ୍ଲାମରସ୍ ଫଟୋ ପୋଷ୍ଟ କରିଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ।

ଏହା ପୂର୍ବରୁ ବିପାଶା ବସୁ ଅନେକ ପୁରୁଣା ଫଟୋ ଆଉ ଭିଡିଓ ସେୟାର କରିଥିଲେ, ଯାହା ବହୁତ ଭାଇରାଲ ହୋଇଥିଲା । କିନ୍ତୁ ଏହି ଫଟୋରେ ବିପାଶାଙ୍କର ବହୁତ ବୋଲ୍ଡ ଅବତାର ଦେଖିବାକୁ ମିଳୁଛି । ଆଉ ଏହି ଫଟୋରେ ବିପାଶା ବସୁଙ୍କର ଜଣେ ପ୍ରଶଂସକ ଲେଖିଛନ୍ତି, ଯେ ‘ମାମ ତୁମେ ବହୁତ ସୁନ୍ଦର ଦେଖାଯାଉଛ ।

ଆଜିକାଲି ବିପାଶା ସ୍ୱାମୀ କରଣଙ୍କ ସହ ଘରେ ସମୟ ବିତାଉଛନ୍ତି, କିନ୍ତୁ ଅଭିନେତ୍ରୀ ସର୍ବଦା ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଜଡିତ ଅଛନ୍ତି। ଚଳଚ୍ଚିତ୍ର ‘ରାଜ’ ପାଇଁ ବିପାଶା ବେଶ୍ ଜଣାଶୁଣା । ତେବେ ବିପାଶା ୨୦୦୧ ରେ ଥ୍ରୀଲର ଚଳଚ୍ଚିତ୍ର ‘ଅଜନାବି’ରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ମହିଳା ଡେବ୍ୟୁ ପାଇଁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ। ଏହା ପରେ ସେ ସୁପରହିଟ୍ ଭୟଙ୍କର ଚଳଚ୍ଚିତ୍ର ‘ରାଜ’ ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ତାଙ୍କ କ୍ୟାରିୟର ମୋଡ଼ ବଦଳେଇ ଦେଇଥିଲା ।