ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ନେଇ ସ୍ବଣଉତ୍ତୋଳନ କରୁଥିବା କଙ୍ଗନା ରାନାଓ୍ବତଙ୍କୁ ମୁମ୍ବାଇ ପୋଲିସର ସମନ। ପୋଳିସ ଗତ ଗୁରୁବାର କଙ୍ଗନାଙ୍କୁ ସମନ୍ ପଠାଇଛି। କଙ୍ଗନା ଏବେ ମୁମ୍ବାଇରେ ନାହାନ୍ତି ଓ ନାହ ଏଭଳି ସ୍ଥିତିରେ ମୁମ୍ବାଇ ଆସିବାକୁ ଚାହାନ୍ତି। ଦେଶରେ ଲକଡାଉନ୍ ଆରମ୍ଭ ହେବା ପୂର୍ବରୁ ସେ ନିଜର ପରିବାର ସହିତ ମନାଲି ଚାଲିଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପୋଲିସ ତାଙ୍କର ମନାଲିରେ ଥିବା ଘରକୁ ସମନ ପଠାଇଛି।
ମୁମ୍ବାଇ ପୋଲିସର ସମନରେ କଙ୍ଗନାଙ୍କ ଓକିଲ ଜବାବ ଦେଇଛନ୍ତି | କଙ୍ଗନା ନିଜ ମନାଲି ସ୍ଥିତ ଘରେ ଥିବାରୁ ତାଙ୍କ କୌଣସି ଅଧିକାରୀଙ୍କୁ ସେଠାକୁ ପଠାଇବାକୁ ପୋଲିସକୁ ଅନୁରୋଧ କରିଛନ୍ତି। ବୁଧବାର କଙ୍ଗନାଙ୍କ ଟିମ୍ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୂଚନା ଦେଇଥିଲା ଯେ, ଏପର୍ଯ୍ୟନ୍ତ ତାଙ୍କୁ ପଚାରାଉଚରା ପାଇଁ ପୋଲିସ ଡକାଇ ନାହିଁ। ୩ ଜୁଲାଇରେ କଙ୍ଗନାଙ୍କର ମୁମ୍ବାଇରେ ଥିବା ଘରକୁ ପୋଲିସ ସମନ୍ ପଠାଇଥିଲା। କିନ୍ତୁ କଙ୍ଗନାଙ୍କ ଷ୍ଟାଫ୍ ତାକୁ ଗ୍ରହଣ କରିନଥିଲେ। ଯେତେବେଳେ ପୋଲିସ ଫୋନ୍ ନମ୍ବର ମାଗିଥିଲା ତାଙ୍କ ମ୍ୟାନେଜର ଦେଇନଥିଲେ। ତେଣୁ ପୋଲିସ ଏବେ ମନାଲିରେ ଥିବା ଘରକୁ ସମନ ପଠାଇଛି। କଙ୍ଗନା ଇ-ମେଲ ଜରିଆରେ ନିଜର ବୟାନ ଦେଇ ପାରିବେ।
ଉଲ୍ଲେଖନୀୟ ଯେ, ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାକୁ କଙ୍ଗାନା ଗ୍ରହଣ ନକରିବା ସହ ଏହାର ଭଲ ଭାବରେ ଯାଞ୍ଚ କରିବାକୁ ବାରମ୍ବାର ଦାବି କରିଆସୁଛନ୍ତି। କେବଳ କଙ୍ଗନା ନୁହଁନ୍ତି ବଲିଉଡର କିଛି କଳାକାର ମଧ୍ୟ ସୁଶାନ୍ତଙ୍କ ମାମଲାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି। ଉଲ୍ଲେଖନୀୟ ଯେ, ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ରିୟା ଚକ୍ରବର୍ତ୍ତୀ, ମ୍ୟାନେଜର, କ୍ରିଏଟିଭ ମ୍ୟାନେଜର, ସଞ୍ଜୟ ଲୀଳା ଭଁସାଲୀ, ଆଦିତ୍ୟ ଚୋପ୍ରାଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ବୟାନ ରେକର୍ଡ କରିଛି ।