Odia News Portal

୧୦୦ ବଲିଉଡ୍‌ ଡ୍ୟାନ୍ସରଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ହ୍ରିତିକ୍‌

ମୁମ୍ୱାଇ : କରୋନା ଭାଇରସ୍‌ କାରଣରୁ ଦୁନିଆ ଲକ୍‌ ହୋଇ ଯାଇଛି ।  ଅନେକ ବ୍ୟବସାୟ ସହ  ଏଣ୍ଟରଟେନ୍‌ମେଣ୍ଟ  ଇଣ୍ଡଷ୍ଟ୍ରୀ  ମଧ୍ୟ ଲକ୍‌ ଡାଉନ୍‌ର ସମସ୍ୟାରେ ପଡ଼ିଯାଇଛି । ଏହି କଠିନ ସମୟରେ ଅଭିନେତା ହ୍ରିତିକ୍‌ ରୋଶନ ସାହାଯ୍ୟର ହାତ ବଢ଼ାଇଛନ୍ତି । ୧୦୦ଜଣ  ବଲିଉଡ୍‌  ଡ୍ୟାନ୍ସରଙ୍କ ଆକାଉଣ୍ଟରେ ଅର୍ଥ ଜମା କରିଛନ୍ତି । ଯେଉଁମାନଙ୍କ ସହ  ସେ ଅତୀତରେ ଅନେକ ସ୍ଥାନରେ କାମ କରିଛନ୍ତି।

ବର୍ତ୍ତମାନ ସବୁ ପ୍ରୋଜେକ୍ଟ ବନ୍ଦ ରହିଛି  ଏବଂ ଏଥିରେ  କାମ କରୁଥିବା ଲୋକେ ଓ ଡ୍ୟାନ୍ସରମାନେ ଅଧିକ ପ୍ରଭାବିତ ହୋଇଛନ୍ତି।

ବଲିଉଡ୍‌ ଗୀତର ଡ୍ୟାନ୍ସର କୋର୍ଡିନେଟର ରାଜ ସୁରାନୀ ସେୟାର କରିଛନ୍ତି , “ହ୍ରିତିକ୍‌ ରୋଶନ  ଏହି କଠିନ ସମୟରେ  ୧୦୦ଜଣ ଡ୍ୟାନ୍ସରଙ୍କୁ ସହାୟତା  କରିଛନ୍ତି ।  ଏଥିରୁ  ଅନେକ ନିଜର  ଗାଁ ଫେରି ଯାଇଛନ୍ତି ।  କିଛି ଲୋକ ଘର ଭଡ଼ା ଦେବାକୁ ଅସମର୍ଥ ହୋଇଛନ୍ତି ଏବଂ ଆଉ ଜଣେ ଡ୍ୟାନ୍ସରର ପରିବାର କୋଭିଡ-୧୯ ପଜିଟିଭ  ଆସିଥିଲା । ଏହି ପରିସ୍ଥିତିରେ ସମସ୍ତଙ୍କ ପାଇଁ ହ୍ରିତିକ୍‌‌ ରୋଶନ  ବହୁତ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛନ୍ତି । ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସରମାନେ ବହୁତ ଖୁସି ଥିଲେ ଯେବେ ତାଙ୍କୁ ମେସେଜ୍‌ ମିଳିଲା  , ଯେଉଁଥିରେ ଲେଖା ଥିଲା  ହ୍ରିତିକ୍‌ ରୋଶନଙ୍କ ଦ୍ୱାରା  ତାଙ୍କୁ ବ୍ୟାଙ୍କ  ଆକାଉଣ୍ଟରେ  ଅର୍ଥ ଟ୍ରାନ୍ସଫର  କରାଯାଇଛି । କୋଭିଡ ସଙ୍କଟ ସମୟରେ ତାଙ୍କର ସମର୍ଥନ ପାଇଁ ସବୁ ଡ୍ୟାନ୍ସର ବହୁତ କୃତଜ୍ଞ ରହିବେ । “

ଏହି ଡ୍ୟାନ୍ସରମାନେ ନିଜର ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟରେ ଏହି ସମର୍ଥନ ପାଇଁ ସୁପରଷ୍ଟାରଙ୍କୁ ଧନ୍ୟବାଦ କହିଛନ୍ତି । ଯେବେ ଠାରୁ  କରୋନା ମହାମାରୀ ଆତଙ୍କ ଖେଳାଇଛି , ସେବେଠାରୁ  ହ୍ରିତିକ୍‌ ଦାନ କରୁଛନ୍ତି ।