Odia News Portal

ରିଲେସନଶିପ ଷ୍ଟାଟସ୍‌କୁ ନେଇ ମୁହଁ ଖୋଲିଲେ ସୋନାକ୍ଷୀ

ମୁଁ ସିଙ୍ଗଲ ଅଛି। ହେଲେ ବାହା ହେବାକୁ ଚାହୁଁଚି। ଏଥିପାଇଁ ଅପେକ୍ଷା କରିବାକୁ ମୁଁ ମଧ୍ୟ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା। ପୂର୍ବରୁ ନିଜର ବିଷୟରେ ଅନେକ ଥର ମୁହଁ ଖୋଲିଥିଲେ ସୁଦ୍ଧା ଜୀବନସାଥୀକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ସୋନାକ୍ଷୀ।

ସୋନାକ୍ଷୀ କହିଛନ୍ତି, ମୁଁ ସବୁବେଳେ ବିବାହ କରିବାକୁ ଚାହିଛି। କିନ୍ତୁ ନିଜ ଗୋଡରେ ନିଜେ ଛିଡା ହେବା ହୋଇ ପରିଚୟ ସୃଷ୍ଟି କରିଛନ୍ତି। ଏବେ ଜୀବନସାଥୀ ପାଇଁ ଅପେକ୍ଷା କରିଛି। ବାହା ହେଲେ ବହୁତ ଖୁସି ହେବି। ଏବେ ସିଙ୍ଗଲ ରହି ମଧ୍ୟ ମୁହଁ ଖୁସି ଅଛି।

ସୂଚନାଯୋଗ୍ୟ, ଖୁବଶୀଘ୍ର ସୋନାକ୍ଷୀ ଅଜୟ ଦେବଗନଙ୍କ ସହିତ ଫିଲ୍ମ ‘ଭୁଜ: ପ୍ରାଇଡ ଅଫ ଇଣ୍ଡିଆରେ ନଜର ଆସିବେ। ଯେଉଁଥିରେ ଜଣେ ଗୁଜରାଟୀ ମହିଳା ଚରିତ୍ରରେ ନଜର ଆସିବେ।