ମୁମ୍ବାଇ : ଓଡ଼ିଆ ଚଳଚ୍ଚିତ୍ର ହେଉ କି ଆଲ୍ବମ୍ ସବୁଥିରେ ପ୍ରତିଭାମୟୀ ଅଭିନେତ୍ରୀ ନୈନା ଦାଶ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ‘ଡେଉଁଛି ମୋ ବାଁ ଆଖି..’ ଆଲ୍ବମ୍ ଗୀତରେ ସେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । କେବଳ ଏହି ଗୀତ ନୁହେଁ ଅନେକ ଆଲ୍ବମ୍ ଗୀତରେ ସେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ । ୨୦୦୩ରେ ‘ମା’ ମଙ୍ଗଳା’ ଚଳଚ୍ଚିତ୍ରରେ ପ୍ରଥମ ଥର ଅଭିନୟ କରି ଦର୍ଶକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲେ ।
ଏହା ପରେ ‘ଆ ଜହ୍ନରେ ଲେଖିବା ନାଁ’, ‘ମୁନ୍ନା ଏ ଲଭ୍ଷ୍ଟୋରୀ’, ‘ପୂଜା ପାଇଁ ଫୁଲଟିଏ’, ‘ଶାଶୂଘର ଚାଲିଯିବି’, ଆଦିରେ ଅଭିନୟ କରି ପାଲଟି ଯାଇଥିଲେ ଜଣେ ଭର୍ସାଟାଇଲ ଅଭିନେତ୍ରୀ । କେବଳ ଓଲିଉଡ ନୁହେଁ ଟଲିଉଡରେ ମଧ୍ୟ ସେ ସଫଳ ହୋଇଛନ୍ତି । ଟଲିଉଡ ସିନେମା ‘ଜଙ୍କ୍ସନ୍ ବୟ୍ ଡୋଲୁ’ ଓ ‘ଶମ୍ଭୁ ଶିବ ଶମ୍ଭୁ’ରେ ମଧ୍ୟ ଚମତ୍କାର ଅଭିନୟ କରିଥିଲେ । ସେ ନିଜର ସଫଳ ଅଭିନୟ ପାଇଁ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏବେ ନିକଟରେ ତାଙ୍କର କୌଣସି ଚଳଚ୍ଚିତ୍ର ପରଦାକୁ ଆସି ନଥିଲେ ମଧ୍ୟ ଏବେ ବି ଦର୍ଶକଙ୍କୁ ତାଙ୍କୁ ବହୁତ ମିସ୍ କରୁଛନ୍ତି।