Odia News Portal

କରୋନାକୁ ମାତ୍‌ ଦେଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟା

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଖୁସିଖବର। କରୋନାକୁ ମାତ୍‌ ଦେବା ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ବଚ୍ଚନଙ୍କୁ ମେଡିକାଲରୁ ଛୁଟି ମିଳିଛି। ଆଜି ଉଭୟେ ମା’ ଝିଅ ଘରକୁ ଫେରିବେ।

ସୂଚନାଯୋଗ୍ୟ ଯେ ଜୁଲାଇ ୧୪ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ କରୋନା ହୋଇଥିବା ଖବର ସାମ୍ନାକୁ ଆସିଥିଲା। ପ୍ରଥମେ ଉଭୟେ ଘରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଉଭୟେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି।

ପ୍ରକାଶ ଯେ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କୁ କରୋନା ହୋଇଥିବା ଜଣାପଡ଼ିବାର ପୂର୍ବ ଦିନ ବିଗ୍‌ ବି ଅମିତାଭ ବଚ୍ଚନ ଓ ସ୍ମଲ୍‌ ବି ଅଭିଷେକ ବଚ୍ଚନଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା। ସେମାନଙ୍କୁ ନାନାବତୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଏବେ ଯାଏଁ ସେମାନେ ଘରକୁ ଫେରିନଥିବା ବେଳେ ଆଜି ଐଶ୍ୱର୍ଯ୍ୟା ଓ ଆରାଧ୍ୟା ଫେରିଛନ୍ତି। ଏନେଇ ନିଜେ ଅଭିଷେକ ଟ୍ୱିଟ କରି ସୂଚନା ଦେଇଛନ୍ତି।