Odia News Portal

ନିଆରା ଢଙ୍ଗରେ ଫ୍ୟାନ୍‌ଙ୍କୁ ଇଦ୍‌ ମୁବାରକ ଜଣାଇଲେ ସଲମାନ ଖାନ୍‌

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ସୋସିଆଲ ମିଡିଆରେ ଫ୍ୟାନ୍‌ଙ୍କୁ ନିଜ ଅନ୍ଦାଜରେ ଇଦ୍‌ରେ ଅଭିନନ୍ଦନ ଜଣାଇଛନ୍ତି। ସଲମାନ୍‌ ଏବେ ଫାର୍ମହାଉସ୍‌ରେ ଥିବା ବେଳେ ନିଜର ଏକ ଫଟୋ ସେୟାର କରିଛନ୍ତି। ସେୟାର କରିଥିବା ଫଟୋରେ ସଲମାନ୍‌ ନିଜ ମୁହଁକୁ ଢାଙ୍କିଥିବା ଦେଖାଯାଇଛି। ଫଟୋ ସେୟାର କରି ସଲମାନ୍‌ କ୍ୟାପସନ୍‌ରେ ଲେଖିଛନ୍ତି ‘ଇଦ୍‌ ମୁବାରକ’।

ଫଟୋ ସେୟାର କରୁ କରୁ ଫ୍ୟାନ୍‌ମାନେ ମଧ୍ୟ ତାଙ୍କୁ ବଧାଇ ଜଣାଉଥିବା ଦେଖିବାକୁ ମିଳିଛି। ଏବେ ସଲମାନଙ୍କ ଫଟୋ ଖୁବ୍‌ ଭାଇରାଲ ହେଉଛି।

ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ସଲମାନ ନିଜ ମୁମ୍ବାଇସ୍ଥିତ ନିଜ ଘର ବାହାରକୁ ଆସି ଇଦ୍‌ ମୁବାରକ ଜଣାଇଥାନ୍ତି। କିନ୍ତୁ ଚଳିତ ବର୍ଷ କରୋନା ଭାଇରସ୍‌ ଯୋଗୁ ଏହା ସମ୍ଭବ ହୋଇନାହିଁ। ଅନ୍ୟପଟେ ପ୍ରତିବର୍ଷ ଇଦ୍‌ରେ ସଲମାନଙ୍କର ଫିଲ୍ମ ରିଲିଜ୍‌ ହୋଇଥାଏ। ଏବର୍ଷ ମଧ୍ୟ ‘ରାଧେ:ୟୋର ମୋଷ୍ଟ ଓ୍ଵାଣ୍ଟେଡ୍‌’ ଭାଇ ରିଲିଜ୍‌ ହୋଇଥାନ୍ତା। କିନ୍ତୁ କରୋନା ଯୋଗୁ ତାହା ଘୁଞ୍ଚିଛି।