Odia News Portal

ଏହି ଅଭିନେତ୍ରୀ ଡିଜିଟାଲରେ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ

ମୁମ୍ବାଇ : ଟିଭିର ଫେମସ ଅଭିନେତ୍ରୀ ଟୀନା ଦତ୍ତା ଆଗାମୀ ୱେବ୍ ସିରିଜ ମାଧ୍ୟମରେ ଡିଜିଟାଲ୍ ଦୁନିଆରେ ପାଦ ରଖିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଟିଭି ଶୋ ‘ଉତ୍ତରନ’ରୁ ଫେମସ ହୋଇଥିବା ଏହି ଅଭିନେତ୍ରୀଙ୍କ କହିବାନୁସାରେ ସେ ଡିଜିଟାଲ୍  ସ୍ପେଶ୍ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ତେବେ ଅନ୍ୟ ପଟେ ତାଙ୍କର କିଛି ଲାଟେଷ୍ଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

‘ନକ୍ସଲ’ରେ କରିବେ ଡିଜିଟାଲ୍ ଡେବ୍ୟୁ
ଟୀନା ଦତ୍ତା ନିଜ ନୂଆ ୱେବ୍ ସିରିଜ ‘ନକ୍ସଲ’ରୁ ଡିଜିଟାଲ୍ ଡେବ୍ୟୁ କରିବେ ।  ସେ ନିଜ ଭୂମିକା ସମ୍ପର୍କରେ କହିଛନ୍ତି କି ‘ନକ୍ସଲ’ରେ ସେ ଅଲଗା ଅବତାରରେ ନଜର ଆସିବେ ।  ସେ ଏମିତି କିଛି କରିବେ ଯାହା ସେ ସ୍କ୍ରିନରେ କେବେ ବି କରିନାହାଁନ୍ତି ।

ଟୀନା ଦତ୍ତା କହିଛନ୍ତି ସେ ଶୋରେ ପୋଲିସ ଅଫିସର,  ଏବଂ ପ୍ରେମିକା ଭୂମିକାରେ ନଜର ଆସିବେ ।ସେ କହିଛନ୍ତି କି ଏହି ଶୋ ରେ ସେ ଲିଡ୍ ରୋଲରେ ନଜର ଆସିବେ ଯେଉଁଥିରେ ତାଙ୍କ ଭୂମିକା ଓ କାହାଣୀ ସହିତ ବହୁତ ଟ୍ୱିଷ୍ଟ ଏବଂ ଟର୍ଣ୍ଣିଂପଏଣ୍ଟ ମଧ୍ୟ ଅଛି । ଦର୍ଶକ ସବୁ ଦେଖିବା ଉଚିତ୍ ଏବଂ ସେ ଏଥିପାଇଁ ବହୁତ ଉତ୍ସାହିତ ଥିବା କହିଛନ୍ତି । ଏହି ୱେବ ଶୋର ସୁଟିଂ ଗୋଆରେ ହେବ ଯେଉଁଥିରେ ଆମିର ଅଲ୍ଲୀ ଓ ରାଜୀବ ଖଣ୍ଡେଲୱାଲ ମଧ୍ୟ ନଜର ଆସିବେ ।