ମୁମ୍ବାଇ : ସେଲିବ୍ରିଟି ଡ୍ୟାନ୍ସ ସୋ’ ‘ନଚ ବଲିୟେ’ର ୧୦ମ ସଂସ୍କରଣ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସଦ୍ୟତମ ଖବର ଅନୁସାରେ ଅଭିନେତ୍ରୀ ବିପାଶା ବାସୁ ଏଥିରେ ବିଚାରକ ଭାବେ ସାମିଲ ହୋଇପାରନ୍ତି । ଏଥିଲାଗି ଚ୍ୟାନେଲ କର୍ତ୍ତୁପକ୍ଷ ଏବଂ ସୋ’ର ପ୍ରଯୋଜକ ତାଙ୍କ ସହ ଆଲୋଚନା କରିଛନ୍ତି । ତେବେ ବିପାଶା କୌଣସି ଜବାବ ଦେଇନାହାନ୍ତି ।
ତାଙ୍କ ବ୍ୟତୀତ ଡେଭିଡ୍ ଧୱନ୍ ଏବଂ ବୈଭବୀ ମର୍ଚ୍ଚାଣ୍ଟଙ୍କ ସହ ଏଥିଲାଗି ଯୋଗାଯୋଗ କରାଯାଇଛି । ଆଗାମୀ ସପ୍ତାହ ମଧ୍ୟରେ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଚଳିତଥର ଏହି ସୋ’କୁ କରନ୍ ଜୋହର ପ୍ରଯୋଜନା କରୁଥିବା ଶୁଣିବାକୁ ମିଳୁଛି । ସୂଚନାଥାଉକି, ପ୍ରିନ୍ସ ନରୁଲା ଏବଂ ଯୁବିକା ଚୌଧୁରୀ ‘ନଚ ବଲିୟେ ସିଜନ୍-୯’ର ବିଜେତା ହୋଇଥିଲେ । ସଲମାନ୍ ଖାନ୍ ସେହି ସିଜନ୍ର ପ୍ରଯୋଜକ ଥିଲେ ।