Odia News Portal

ମିସେସ୍ ଇଣ୍ଡିଆ-୨୦୧୯ ପ୍ରତିଯୋଗିତା : ମହିଳା ଅଡ଼ିଶନରେ ନିଜର ପ୍ରତିଭାର ପରିଚୟ ଦେଲେ

ଭୁବନେଶ୍ୱର : ବିୟୁଟି ପିଜାଂଟ୍ ଏଆର୍( ଆଶିଶ୍ ରାୟ)ମିସେସ୍ ଇଣ୍ଡିଆ ୨୦୧୯ ପ୍ରତିଯୋଗିତାର ଅଡିଶନ୍ ଓଡ଼ିଶାର
ଭୁବନେଶ୍ୱର ସ୍ଥିତ ୟୁନିଟ୍-୩ ଖାରବେଳ ନଗର ଜନପଥ ଶ୍ରୀୟା ଟକିଜ୍ ରୋଡ୍ରେ ଥିବା ହୋଟେଲ ହିନ୍ଦୁସ୍ଥାନ ଇଂଟରନ୍ୟାସନାଲରେ ଅନୁଷ୍ଠିତ ହୋଇଯାଇଛି । ଆବେଦନ କରିଥିବା ପ୍ରତିଯୋଗୀମାନେ ଏଆର୍ ଏଂଟଟ୍ରେନ୍ମେଂଟ୍ ଗ୍ରୁପ୍ ର ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ପୂର୍ବରୁ ଲକ୍ଷେ୍ନø, ପୁଣେ, ଦିଲ୍ଲୀ, କୋଲକାତା, ଗୌହାଟି, ଜୟପୁର, ଚଣ୍ଡିଗଡ଼, ଡେରାଡୁନ, ଗୁରୁଗ୍ରାମ, ଉଦୟପୁର, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ପାଟନା ଓ ରାଂଚି ପ୍ରଭୃତି
ସ୍ଥାନରେ ଅନୁଷ୍ଠିତ ହୋଇ ସାରିଛି । ଏବେ ଏହା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି । ଏହାପରେ ଜଳନ୍ଧର, ଭୋପାଳ, ଚେନ୍ନାଇ, ଗୋଆ ଆଦିଠାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗତାରେ ଯେ କୌଣସି
ବିବାହିତା ମହିଳା ନିଜ ରାଜ୍ୟରୁ ଷଗ୍ଧଗ୍ଧକ୍ଟ୍ର://ବକ୍ସଜ୍ଞକ୍ସଗ୍ଦସଦ୍ଭୟସବ.ମକ୍ଟଜ୍ଞ/କ୍ସରଶସଗ୍ଦଗ୍ଧକ୍ସବଗ୍ଧସକ୍ଟଦ୍ଭ/ ରେ
ପଞ୍ଜିକରଣ କରି ଅଂଶଗ୍ରହଣ କରିପାରିବେ ।
ଏହି ଅଡିଶନରେ ବଲିଉଡ ତଥା ଟେଲିଭିଜନ ଅଭିନେତ୍ରୀ ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରକୃତି ମିଶ୍ର, ଟେଲିଭିଜନ ଅଭିନେତା ରେହାନ ରାୟ, ଟେଲିଭିଜନ ଅଭିନେତ୍ରୀ ଶିନ୍ ଦାସ, ଟେଲିଭିଜନ ଅଭିନେତ୍ରୀ ଶିୱାନୀ ଚକ୍ରବର୍ତୀ
ଏବଂ ଟିଭି ଉପସ୍ଥାପକ ଆଲୋକ ନରୁଲା ଆଦି ବିଚାରକ ମଣ୍ଡଳୀରେ ଉପସ୍ଥିତ ଥିଲେ । ବିୟୁଟି ପିଜାଂଟ୍ ଏଆର୍ ମିସେସ୍ ଇଣ୍ଡିଆ ୨୦୧୯ ପ୍ରତିଯୋଗିତାର ଅଡିଶନରେ ଭୁବନେଶ୍ୱରର ୧୫ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ । ପ୍ରଥମ
ଇଂଟ୍ରଡୋକ୍ଟରି ରାଉଣ୍ଡରେ ସମସ୍ତ ପ୍ରତିଯୋଗୀ ର‌୍ୟାମ୍ପରେ ଚାଲିବା ସହିତ ନିଜର ପରିଚୟ ପ୍ରଦାନ କରିଥିଲେ । ଏହା ସହିତ ଚୟନକର୍ତାଙ୍କ କିଛି ପ୍ରଶ୍ନର ଉତର ମଧ୍ୟ ସେମାନେ ଦେଇଥିଲେ । ଏହାପରେ ଦ୍ୱିତୀୟ ଟ୍ୟାଲେଂଟ୍ ରାଉଣ୍ଡରେ ପ୍ରତିଯୋଗୀ ନିଜର ନୃତ୍ୟ ଗୀତ ତଥା ଅଭିନୟ ପ୍ରତିଭାର ପରିଚୟ ଦେଇଥିଲେ । ସେହିପରି ତୃତୀୟ ରାଉଣ୍ଡରେ ଚୟନକର୍ତା ପ୍ରତିଯୋଗୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି
ତାଙ୍କର ସୃଜନଶୀଳତା ଏବଂ ବିଶ୍ୱାସନୀୟତା ତଥା ଇଛାଶକ୍ତିର ଆକଳନ କରିଥିଲେ । ଏହି ଅବସରରେ ଶ୍ରୀ ଆଶିଶ୍ ରାୟ କହିଲେ ଏଆର୍ ଇଣ୍ଡିଆ ‘ ସିକ୍ୟାନ୍, ସି ୱିଲ୍’ ହେଉଛନ୍ତି ପିଜାଂଟ୍ । ଆମେ ମହିଳା ସଶକ୍ତି କରଣ ଉପରେ
ହିଁ ବିଶ୍ୱାସ କରିଥାଉ । ଆମେ ସମସ୍ତ ବିବାହିତା ମହିଳାଙ୍କୁ ଏହି ସୁଯୋଗ ଦେବାକୁ ଚାହୁଁଛୁ । ଯାହାକି ସେମାନେ ନିଜ ପିଲାବେଳେ କେବେ ଚିନ୍ତା କରିଥିଲେ । ଏବେ ଆମେ ସେମାନଙ୍କୁ କ୍ରାଉନ୍ ଥଥା ପରିଚିତି ଆଣିଦେବାର
ଉଦ୍ୟମ କରୁଛୁ । ଆମେ ପ୍ରତିଯୋଗୀଙ୍କଠାରୁ ଏହି ପ୍ରତିଯୋଗିତା ପାଇର୍ କିଛି ଫି ମଧ୍ୟ ନେଉଛୁ ।
ଚଳିତ ବର୍ଷ ଏଆର୍ ମିସେସ୍ ଇଣ୍ଡିଆ ପିଜାଂଟ୍ ଭାରତ ବ୍ୟାପି ଶ୍ରୀ ଆଶିଶ୍ ରାୟଙ୍କ ଏଆର୍ ଏଂଟଟ୍ରେନ୍ମେଂଟ୍ ଗ୍ରୁପ୍ ଦ୍ୱାରା ଅନୁଷ୍ଠିତ ହେଉଛି । ଏଥିରେ ଏଆର୍ ଏଂଟଟ୍ରେନ୍ମେଂଟ୍ ଗ୍ରୁପ ସିଇଓ ତଥା ପହେଲା କଦମ୍ ଏନଜିଓର ପ୍ରତିଷ୍ଠାତା ଶ୍ରୀମତୀ ନିବେଦିତା ବାସୁ ଆବଶ୍ୟକ ସହାୟତା କରିଛନ୍ତି । ପହେଲା କଦମ୍ ଏହାର ଅଂଶୀଦାର ରହିଛି । ଆମର ଏଡିଟୋରିଆଲ୍ ଅଂଶୀଦାର ଭାବେ ଆଜ୍ ତକ୍-ଶାଶୁ ବୋହୂ ଔର
ବେଟିୟାଁ କାର୍ଯ୍ୟ କରୁଛି । ସମସ୍ତ ସହରରେ ଅଡ଼ିଶନ୍ ଶେଷ ହେବା ପରେ ଏଆର୍ ମିସେସ୍ ଇଣ୍ଡିଆ-୨୦୧୯ର ଗ୍ରାଣ୍ଡ୍ ଫାଇନାଲ୍ ମୁମ୍ବାଇଠାରେ ସମ୍ପନ୍ନ ହେବ । ଏହି ପ୍ରତିଯୋଗିତା ପାଇଁ ଆମେ ବିଭିନ୍ନ ସୋସିଆଲ୍ ମିଡ଼ିଆ ତଥା ନ୍ୟୁଜ୍ ଚ୍ୟାନେଲ୍ରେ ସଚେତନତା ସୃଷ୍ଟି କରିବାର ଉଦ୍ୟମ ଜାରି ରଖିଛୁ । ଯାହାଦ୍ୱାରା ଆମ ଦେଶର ଶକ୍ତି ବୋଲାଉଥିବା ବିବାହିତା ମହିଳା ନିଜର ପରିଚିତି ସୃଷ୍ଟି ପାଇଁ ଆଗେଇ ଆସିବେ । ଏଆର୍ ମିସେସ୍ ଇଣ୍ଡିଆ-୨୦୧୯ ବିଜେତାଙ୍କୁ କ୍ରାଉନ୍ ସହିତ କେତେକ ସରପ୍ରାଇଜ୍ ଗିଫ୍ଟ ମଧ୍ୟ ପ୍ରଦାନ କରାଯିବାର ଯୋଜନା ରହିଛି । ଏହି ଅବସରରେ ବ୍ରାଣ୍ଡ୍ବୁଜ୍ ଇଣ୍ଡିଆର ନିର୍ଦ୍ଦେଶକ ଗୌରବ ଚୌଧୁରୀ କହିଲେ, ଆମେ ଏଆର୍(ଆଶିଶ୍ ରାୟ) ମିସେସ୍ ଇଣ୍ଡିଆ-୨୦୧୯ର
ଅଡ଼ିଶନ୍ ବିବାହିତା ମହିଳାଙ୍କ ପାଇଁ ଆୟୋଜିତ କରୁଛୁ । ବ୍ରାଣ୍ଡବୁଜ୍ ଇଣ୍ଡିଆ ଏହି କାର୍ଯ୍ୟକ୍ରମର ମାର୍କେଟିଂ ଦାୟିତ୍ୱରେ ରହିଛି ।