Odia News Portal

ପୁଣିଥରେ ମହାନତା ଦେଖାଇଲେ ଖିଲାଡ଼ି କୁମାର

ପୁଣିଥରେ ମହାନତା ଦେଖାଇଛନ୍ତି ଖିଲାଡ଼ି କୁମାର। କରୋନା ସମୟରେ ସରକାରୀ ପାଣ୍ଠିକୁ କୋଟି କୋଟି ଟଙ୍କା ଦାନ କରିଥିବା ଅକ୍ଷୟ ଏବେ ପୁଣିଥରେ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିଛନ୍ତି। ଆସାମ ବନ୍ୟା ପୀଡ଼ିତଙ୍କୁ ରିଲିଫ୍‌ ଭାବେ ଅକ୍ଷୟ କୁମାର ୧ କୋଟି ଟଙ୍କା ଦାନ କରିଛନ୍ତି। ଏନେଇ ଆସାମର ମୁଖ୍ୟମନ୍ତ୍ରୀ ଟ୍ଵିଟ୍‌ କରି ଅକ୍ଷୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅକ୍ଷୟଙ୍କୁ ପ୍ରଶଂସା କରି ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲ ଟ୍ଵିଟ୍‌ କରି ଲେଖିଛନ୍ତି ‘ଆସାମ ବନ୍ୟା ପୀଡ଼ିତଙ୍କୁ ୧ କୋଟି ଟଙ୍କା ସାହାଯ୍ୟ କରିଥିବାରୁ ଧନ୍ୟବାଦ ଅକ୍ଷୟ କୁମାର ଜୀ। ଆପଣ ସବୁବେଳେ ବିପଦ ବେଳେ ସାହାଯ୍ୟ କରିଥାନ୍ତି। ଆପଣ ଆସାମର ଜଣେ ପ୍ରକୃତ ବନ୍ଧୁ। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ’।

ସୂଚନାଯୋଗ୍ୟ ଯେ ଗତ ବର୍ଷ ବନ୍ୟା ବେଳେ ମଧ୍ୟ ଅକ୍ଷୟ କୁମାର ଆସାମକୁ ୨ କୋଟି ଟଙ୍କା ଦାନ କରିଥିଲେ।