Odia News Portal

ରିଲିଜ ହେଲା ‘London Confidential’ ର ଟିଜର

ନୂଆଦିଲ୍ଲୀ : କଣ୍ଟେଣ୍ଟ ନିର୍ମାତା ଜି୫ ଲଗାତର ଅରିଜିନାଲ୍ ଫିଲ୍ମ ଓ ସିରିଜ ରିଲିଜ କରି ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ ପ୍ରଦାନ କରୁଛି । ଏବେ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଦ୍ୱାରା ନିକଟରେ ‘ଲଣ୍ଡନ କନଫେନ୍ସିଡିଆଲ୍’ (London Confidential)  ଘୋଷଣା କରାଯାଇଛି । ଏହାର ଟିଜର ମଧ୍ୟ ସାମ୍ନାକୁ ଆସିସାରିଛି । ଲେଖକ ଏସ ହୁସେନ୍ ଜୈଦୀଙ୍କ ଦ୍ୱାରା ରଚିତ ‘ଲଣ୍ଡନ କନଫେନ୍ସିଡିଆଲ୍’ ୧୮ ସେପ୍ଟେମ୍ବରରେ ଜି୫ରେ ପ୍ରିମିୟର କରାଯିବ ।

ଏହି ଟିଜର ଲଣ୍ଡନର ପୃଷ୍ଠଭୂମିରେ ସ୍ଥାପିତ, ଯେଉଁଠି ମୌନି ରୟ ପୂରବ ଖୋଲି ଓ କୁଲରାଜ ରନ୍ଧାବା ଅଣ୍ଡରକଭର ଏଜେଣ୍ଟ ଭୂମିକାରେ ନଜର ଆସୁଛନ୍ତି । ଏସ୍ ହୁସେନ୍ ଜୈଦୀଙ୍କ ରଚିତ ଫିଲ୍ମରେ ମୌନି ରୟ ଓ ପୂରବ କୋହଲି ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ସେମାନଙ୍କ ବ୍ୟତୀତ କୁଲରାଜ ରନ୍ଧାବା, ସାଗର ଆର୍ଯ୍ୟ, ପରବେଶ ରାଣା, ଜସ ବିନାଗ, ଦିଲଜୋନ୍ ସିଂହ ଓ କିରେନ ଜୋଗୀ ସହାୟକ ଭୂମିକାରେ ନଜର ଆସିବେ । ଫିଲ୍ମ ଅଜୟ ଜୀ ରାୟ ଓ ମୋହିତ ଛାବଡାଙ୍କ ଦ୍ୱାରା ନିର୍ମିତ ଓ ଏହାର ନିର୍ଦ୍ଦେଶନା ଦେଇଛନ୍ତି କମ୍ବଲ ସେଠୀ ।