ମୁମ୍ବାଇ : ବାହା ହେବ କୋରିଓଗ୍ରାଫର ପୁନିତ ପାଠକ ଓ ତାଙ୍କ ଗର୍ଲଫ୍ରେଣ୍ଡ ନିଧି। ଏଥିପାଇଁ ସଂପନ୍ନ ହୋଇଛି ସେମାନଙ୍କ ନିର୍ବନ୍ଧ। ପୁନିତ ନିଜର ନିର୍ବନ୍ଧ ଫଟୋ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋ ସେୟାର କରି ପୁନିତ ଲେଖିଛନ୍ତି- ସବୁଦିନ ପାଇଁ ଆରମ୍ଭ କରିବାକୁ …
ଏହି ଯୋଡ଼ି ଅନେକ ଦିନରୁ ଉଭୟଙ୍କୁ ଡେଟ୍ କରୁଥିଲେ। ଏହି ଖାସ୍ ସୁଯୋଗର ଫଟୋ ପୁନିତ ସୋସିଆଲ ମିଡ଼ିଆରେ ନିଜ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି। ଉଭୟଙ୍କୁ ଫ୍ୟାନ୍ସଙ୍କ ତରଫରୁ ଶୁଭେଚ୍ଛା ଓ ଶୁଭକାମନା ମିଳିଛି। ନିର୍ବନ୍ଧରେ ନିଧି ହଳଦିଆ ରଙ୍ଗର ଏକ ଏଥନିକ୍ ଆଉଟଫିଟ୍ ପିନ୍ଧିଛନ୍ତି। ପୁନିତ ଫ୍ଳୋରାଲ ପ୍ରିଣ୍ଟ ଇଣ୍ଡିଆନ୍ ଓ୍ବିୟରରେ ନଜର ଆସିଛନ୍ତି। କେବଳ ଫଟୋରେ ନୁହେଁ ବରଂ ରିୟଲରେ ମଧ୍ୟ ଏହି ଯୋଡ଼ି ଖୁବ୍ ସୁନ୍ଦର ଲାଗୁଛି।
ପୁନିତଙ୍କ ଏହି ନିର୍ବନ୍ଧ ଫଟୋରେ କୋରିଓଗ୍ରାଫର ଟେରେନ୍ସ ଏବଂ ଗୀତା କପୁର ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟେରେନ୍ସ ଲେଖିଛନ୍ତି- ଆପଣ ଦୁଇ ଜଣଙ୍କ ପାଇଁ ବହୁତ ଖୁସି । ଅଭିନନ୍ଦନ ପୁନିତ, ସବୁବେଳେ ଖୁସିରେ ରୁହ। ସେହିପରି ଗୀତା କପୁର ଲେଖିଛନ୍ତି- ଅଭିନନ୍ଦନ ମୋ ପ୍ୟାରେ..।
ପୁନିତ ଡ୍ୟାନ୍ସ ରିଏଲିଟି ସୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରୁ ଦିଜ କ୍ୟାରିଅର ଆରମ୍ଭ କରିଛନ୍ତି। ସେ ସୋର ଦ୍ବିତୀୟ ରନରଅପ ହୋଇଥିଲେ। ଏହାପରେ ପୁନିତ ଡ୍ୟାନ୍ସ ସୋ ‘ଝଲକ ଦିଖଲା ଜା’ରେ କୋରିଓଗ୍ରାଫର ଭାବେ ଥିଲେ। ତେବେ ‘ଖତରୋଁ କେ ଖିଲାଡି’ ସିଜନ୍-୯ ରେ ଜିତିବା ପରେ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମିଳିଥିଲା।