କରୋନା କବଳରେ ବଲିଉଡ ଷ୍ଟାର। ନିକଟରେ ବଚ୍ଚନ ଫ୍ୟାମିଲ କରୋନାରୁ ସୁସ୍ଥ ହୋଇ ଫେରିଥିବା ବେଳେ ଏବେ ଆଉ ଜଣେ ଅଭିନେତ୍ରୀ କରୋନା ପଜିଟିଭି ହେବା ଖବର ସାମ୍ନାକୁ ଆସିଛି। କିନ୍ତୁ ଏହି ଅଭିନେତ୍ରୀ ଜଣକ କରୋନା ପଜିଟିଭି ହେବା ଖବରକୁ ଗତ ତିନି ସପ୍ତାହ ଧରି ଲୁଚାଇଥିଲେ। ଦୀର୍ଘ ୨୧ ଦିନ ଖବରକୁ ଲୁଚାଇ ସୁସ୍ଥ ହେବା ପରେ ଏବେ ଇନଷ୍ଟା ଜରିଆରେ ଦର୍ଶକଙ୍କୁ ଜଣାଇଛନ୍ତି ଜଣାଶୁଣା ଅଭିନେତ୍ରୀ ଜେନେଲିଆ।
ପୋଷ୍ଟରେ ସେ ଲେଖିଛନ୍ତି, ତିନି ସପ୍ତାହ ପୂର୍ବରୁ ମୁଁ କରୋନା ଆକ୍ରାନ୍ତ ହୋଇଥିଲି। ମୋର ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିଥିଲା। ମୋ ମଧ୍ୟରେ କରୋନାର କୌଣସି ଲକ୍ଷଣ ନଥିବା ବେଳେ ଏବେ ୨୧ଦିନ ପରେ ମୋର ରିପୋର୍ଟ ନେଗେଟିଭ ଆସିଛି। ୨୧ଦିନ ଇସୋଲେସନରେ ରହିବା ମୋ ପାଇଁ ସହଜ ନଥିଲା। ଏବେ ମୋର ରିପୋର୍ଟ ନେଗେଟିଭ୍ ଆସିବା ପରେ ପୁଣି ଥରେ ମୋ ପରିବାର ସହ ସମୟ ବିତାଇ ମୁଁ ଖୁସି।