Odia News Portal

ଅଭିନେତ୍ରୀ ସଫାକ ନାଜଙ୍କ ଫଟୋ ଦେଖି ଦର୍ଶକଙ୍କ ମଧ୍ୟରେ ଲାଗିଲା ନିଆଁ

ମୁମ୍ବାଇ : ବଲିଉଡରେ ଅନେକ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଛୋଟ ପରଦାରୁ ନିଜ କ୍ୟାରିଅର ଆରମ୍ଭ କରିଛନ୍ତି ଫେମସ ଅଭିନେତ୍ରୀ ମୋନି ରଏ, ପ୍ରାଚୀ ଦେସାଇଙ୍କ ପରେ ଏବେ ଅଭିନେତ୍ରୀ ସଫାକ ନାଜ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ସଫାଜ ଅନେକ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି।

ମହାଭାରତ” ଓ “ଚିଡିଆଘର” ସିରିଏଲରେ ଅଭିନୟ କରି ସେ ବେଶ ପ୍ରତିଷ୍ଠା ଲାଭ କରିଥିଲେ। ସଫାକ ବଲିଉଡର ହରର ପିଲ୍ମ “ମୁଶକିଲ: ଦ ଫିୟର ବିହାଇଣ୍ଡ ୟୁ” ରେ ଅଭିନୟ କରିବେ। ସଫାକ ଏହି ଫିଲ୍ମ ନେଇ ବହୁତ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଯେ, ବହୁ ଲୋକେ ଭୁତପ୍ରେତରେ ବିଶ୍ବାସ କରନ୍ତି ନାହିଁ ତଥାପି ହରର ଫିଲ୍ମ ଦେଖିବାର ମଜା ନିଅନ୍ତି।

ସଫାକଙ୍କୁ ଆଜି ଯାଏଁ ଅଧିକାଂଶ ସିରିଏଲରେ ଟ୍ରାଡିସ୍‌ନାଲ ଲୁକ୍‌ରେ ଦେଖିବାକୁ ମିଳିଛି। ହେଲେ ଏହି ଚଳଚ୍ଚିତ୍ରରେ ସେ ଭିନ୍ନ ରୂପରେ ନଜର ଆସିବେ। ଏହି ଫିଲ୍ମରେ ସଫାକଙ୍କ ବ୍ୟତୀତ କୁନାଲ ରଏ କପୁର, ସଂଜୟ ଦତ୍ତଙ୍କ ଭାଣିଜି ନାଜିଆ ହୁସେନ, ରଜନିଶ ଦୁଗ୍ଗଲ ଓ ପୂଜା ୱିଷ୍ଟ ଅଭିନୟ କରିବେ।