Odia News Portal

ବିବାହ ଫଟୋକୁ ନେଇ ଚର୍ଚ୍ଚାରେ ରାକ୍ଷୀ ସାୱନ୍ତ

ମୁମ୍ବାଇ : ରାକ୍ଷୀ ସାୱନ୍ତଙ୍କ ବିବାହକୁ ପାଖାପାଖି ମାସେ ପୁରି ସାରିଛି। ହେଲେ ଏଯାଏଁ ତାଙ୍କ ସ୍ବାମୀଙ୍କ ଫଟୋ ସାମ୍ନାକୁ ଆସିନାହିଁ। ରାକ୍ଷୀଙ୍କ ଅନୁସାରେ ତାଙ୍କ ସ୍ବାମୀଙ୍କ ନାଁ ହେଉଛି ରୀତେଶ ଓ ସେ ଡୋନାଲ୍ଡ ଟ୍ରମ୍ପ କମ୍ପାନୀରେ କାମ କରନ୍ତି। ରୀତେଶଙ୍କୁ ମିଡିଆ ସାମ୍ନାକୁ ଆସିବା ପସନ୍ଦ ନୁହେଁ ସେଥିପାଇଁ ତାଙ୍କ ଫଟୋ ରାକ୍ଷୀ ସେୟାର କରିନାହାନ୍ତି। ଏଥିମଧ୍ୟରୁ ସବୁଠୁ ମଜେଦାର କଥା ଏହା ଯେ, ରାକ୍ଷୀଙ୍କ ବନ୍ଧୁମାନେ ମଧ୍ୟ ତାଙ୍କ ସ୍ବାମୀଙ୍କ ବିଷୟରେ କିଛି ଜାଣିନାହାନ୍ତି।

ଏବେ କିଛି ଦିନ ତଳେ ଯେତେବେଳେ ରାକ୍ଷୀଙ୍କ ସାଙ୍ଗ ସାଥିଙ୍କୁ ଏହି ବିଷୟରେ ପଚରାଯାଇଥିଲା ସେମାନେ ଆଚମ୍ବିତ ହୋଇ ହସୁଥିଲେ। ସେମାନେ ରାକ୍ଷୀଙ୍କର ବହୁତ କ୍ଲୋଜ୍‌ ଫ୍ରେଣ୍ଡ, ତଥାପି ସେମାନଙ୍କୁ ରୀତେଶଙ୍କ ବିଷୟରେ କିଛି ଜଣା ନାହିଁ। ରାକ୍ଷୀଙ୍କର ସବୁ ସାଙ୍ଗ ସାଥି ତାଙ୍କ ୱେଡିଂ ରିସେପଶନର ଅପେକ୍ଷାରେ ଅଛନ୍ତି। ଜୁଲାଇ ମାସ ୨୮ ତାରିଖରେ ରାକ୍ଷୀ ମୁମ୍ବାଇର JW Marriot ହୋଟେଲରେ ଗୁପ୍ତ ବିବାହ କରିଥିଲେ। ଫେମସ ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ କିଛି ଦିନ ହେଲା ନିଜ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ତେବେ ସେ ବିବାହିତ ବୋଲି ପ୍ରମାଣ କରିବା ପାଇଁ ନିଜର ନୂଆ ନୂଆ ଫଟୋ ସେୟାର ମଧ୍ୟ କରୁଛନ୍ତି।

ପ୍ରଥମେ ଭାଇରାଲ ହୋଇଥିବା ରାକ୍ଷୀଙ୍କ ବିବାହ ଫଟୋକୁ ଏକ ଫଟୋ ଶୁଟ୍ କହି ସମସ୍ତଙ୍କୁ ମିଛ କୁହାଯାଇଥିଲା। ହେଲେ ପରେ ରାକ୍ଷୀ ନିଜର ଲଭ୍ ଷ୍ଟୋରୀର ଖୁଲାସା କରିଥିଲେ ଓ ସେ ବିବାହ କରିଛନ୍ତି ବୋଲି ସ୍ବୀକାର କରିଥିଲେ । ନବ ବିବାହିତା ବୋହୂ ଭଳି ବିଭିନ୍ନ ରୂପରେ ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ହେଲେ ତାଙ୍କ କଥା ସହଜରେ ଦର୍ଶକ ହଜମ କରିପାରୁନାହାନ୍ତି କାରଣ ଏଯାଏଁ ତାଙ୍କ ସ୍ବାମୀଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ।