Odia News Portal

ଏକାଠି ହେଲେ କ୍ୟାଟ୍ରିନା-ରଣବିର

ବମ୍ବେ : ବଲିଉଡ୍‌ରେ ଏମିତି କିଛି ଯୋଡ଼ି ଅଛନ୍ତି ଯେ କି, ବ୍ରେକ୍‌ଅପ୍‌ ପରେ ପୁଣି ଏକାଠି ହୋଇଛନ୍ତି। ସେ ରିଲ୍‌ରେ ହେଉ କି ରିୟଲରେ। ଏହି ଯୋଡ଼ିଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ୍‌-ରଣବିର କପୁର ଅନ୍ୟତମ। ରଣବିର ପୂର୍ବରୁ କ୍ୟାଟ୍‌ଙ୍କ ସହ ପ୍ରେମସମ୍ପର୍କ ଥିବାବେଳେ ବର୍ତ୍ତମାନ ଆଲିଆ ଭଟ୍ଟଙ୍କୁ ଡେଟିଂ କରୁଛନ୍ତି। କୌଣସି କାରଣରୁ କ୍ୟାଟ୍ରିନା-ରଣବିରଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ତେବେ ବ୍ରେକ୍‌ଅପ୍‌ର ତିନିବର୍ଷ ପରେ ପୁଣି ଏକାଠି ହୋଇଛନ୍ତି କ୍ୟାଟ୍ରିନା-ରଣବିର। ରିୟଲ ନୁହେଁ ରିଲ୍‌ରେ।

ବଲିଉଡ୍‌ ଗାୟକ ତଥା ର଼୍ୟାପର୍‌ ବାଦ୍‌ଶାହ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିବା ପରେ ଏପରି ଚର୍ଚ୍ଚା ହେଉଛି। ଫଟୋରେ ୩ ଜଣ ମିଶି କୌଣସି ଗୋଟିଏ ଫିଲ୍ମର ଶୁଟିଂ କରୁଥିବା ଅନୁମାନ କରାଯାଉଛି। ଏଥିରେ ରଣବିର, କ୍ୟାଟ୍ରିନାଙ୍କ ପାଖରେ ଠିଆ ହୋଇଛନ୍ତି। କ୍ୟାଟ୍ରିନା ବାଦ୍‌ଶାହଙ୍କୁ ଧରିଛନ୍ତି। ଫଟୋରେ ତିନିଜଣ ଖୁବ୍‌ ଖୁସି ଜଣାପଡୁଛନ୍ତି। ଏକ ସାକ୍ଷାତକାରରେ କ୍ୟାଟ୍ରିନା କହିଛନ୍ତି, ରଣବିରଙ୍କ ସହ ବ୍ରେକ୍‌ଅପ୍‌ ହୋଇଯିବା ପରେ ସେ ମାନସିକ ସ୍ତରରେ ଖୁବ୍‌ ଭାଙ୍ଗି ପଡ଼ିଥିଲେ। ଏଥିରୁ ମୁକୁଳିବା ପାଇଁ ବିଭିନ୍ନ ବହି ପଢ଼ି ସମୟ କାଟୁଥିଲେ। ଏବେ ସେ ରଣବିରଙ୍କର କେବଳ ଜଣେ ଭଲ ବନ୍ଧୁ ବୋଲି କୁହନ୍ତି।