ବମ୍ବେ : ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସଛନ୍ତି ଆଇଟମ୍ ଗାର୍ଲ ରାକ୍ଷୀ ସାଓ୍ଵନ୍ତ। ଏଥରକ କଥାବାର୍ତ୍ତାକୁ ନେଇ ନୁହେଁ ବରଂ ବୋଲ୍ଡ ଡ୍ରେସ୍ ପାଇଁ ରାକ୍ଷୀଙ୍କୁ ଟ୍ରୋଲ୍ ହେବାକୁ ପଡ଼ିଛି। ରାକ୍ଷୀ ସାଓ୍ଵନ୍ତଙ୍କ ନୂଆ ଭିଡ଼ିଓ ସଙ୍ଗ୍ ଛପନ ଛୁରୀ ରିଲିଜ୍ ହୋଇଛି। ଏହି ଡ୍ୟାନ୍ସ ଭିଡ଼ିଓକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି। ଛପନ ଛୁରୀର ଲଞ୍ଚ ଇଭେଣ୍ଟରେ ରାକ୍ଷୀ ଏକ ରୂପେଲି ରଙ୍ଗର ଟ୍ରାନ୍ସପରେଣ୍ଟ ଡ୍ରେସ୍ରେ ନଜର ଆସିଥିଲେ।
ଡିପ୍ ନେକ୍ ଥିବା ଏହି ଡ୍ରେସ୍ରେ ରାକ୍ଷୀ ବୋଲ୍ଡ ଲୁକ୍ ଦେଇଥିଲେ। ଭିଡ଼ିଓର ଲଞ୍ଚ ଇଭେଣ୍ଟରେ ରାକ୍ଷୀ ଛପନ ଛୁରୀ ଗୀତରେ ଡ୍ୟାନ୍ସ ମଧ୍ୟ କରିଥିଲେ। ରାକ୍ଷୀଙ୍କ ଏହି ବଡି ରିଭିଲିଙ୍ଗ୍ ହଟ୍ ଡ୍ୟାନ୍ସର ଭିଡିଓ ସୋସିଆଲ ମିିଡିଆରେ ବହୁମାତ୍ରାରେ ଭାଇରାଲ ହୋଇଛି। ଟ୍ରାନ୍ସପରେଣ୍ଟ ଡ୍ରେସ୍ ପାଇଁ ୟୁଜର୍ସ ରାକ୍ଷୀଙ୍କୁ ଟ୍ରୋଲ୍ କରିଛନ୍ତି। ଏବେ ରାକ୍ଷୀଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ କାନ୍ଦୁଥିବା ଦେଖିବାକୁ ମିଳିଛି। କାନ୍ଦିବା ଭାଇରାଲ ଭିଡିଓରେ ରାକ୍ଷୀ କହୁଛନ୍ତି ଯେ ଟ୍ରାନ୍ସପରେଣ୍ଟ ଡ୍ରେସ୍ ଯୋଗୁ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
ତାଙ୍କ ଡ୍ରେସ୍ ଏତେମାତ୍ରାରେ ଏକ୍ସପୋଜିଂ ହେବ ବୋଲି ସେ ଭାବିନଥିଲେ। ଭିଡ଼ିଓରେ ସେ ଆହୁରି ମଧ୍ୟ କହିଛନ୍ତି ଯେ‘ମୁଁ ଜାଣିନଥିଲି ସେଠାରେ ଏତେ ମିଡ଼ିଆ ଥିବେ, ସବୁ ଲାଇଟ୍ ମୋ’କଷ୍ଟୁମ୍ ଉପରେ ପଡ଼ିବ ଏବଂ ଶରୀର ଦିଶିବ। ଏଭଳି ହେବ ବୋଲି ମୁଁ ଜାଣିନଥିଲି।’ ମୁଁ ବହୁତ ନିରାଶ ହୋଇଛି ବୋଲି ରାକ୍ଷୀ କହିଛନ୍ତି। ଏଥିସହ ସେ ଲୋକଙ୍କୁ ପ୍ରଶ୍ନ କରିଛନ୍ତି ଲୋକମାନେ ମତେ କାହିଁକି ବ୍ଲେମ୍ କରୁଛନ୍ତି। ମୋ ବିଷୟରେ ଖରାପ କଥା କହୁଛନ୍ତି।
ଲୋକଙ୍କ କଥାକୁ ମୁଁ ଖାତିର କରୁନାହିଁ। କିନ୍ତୁ ମୋ ସ୍ୱାମୀ ମୋତେ ବୁଝିପାରୁନାହାନ୍ତି, ମୋ ଜୀବନ ସରିଗଲା ଭଳି ଲାଗୁଛି ବୋଲି ରାକ୍ଷୀ କହିଛନ୍ତି। ‘ମୁଁ ଜଣେ ସାହସୀ ମହିଳା,କିନ୍ତୁ ମୋ ଜୀବନ ଏବେ ଶେଷ ହୋଇଗଲା। ମତେ ମୋ ଶରୀର ଦେଖେଇବାର କୌଣସି ଇଚ୍ଛା ନାହିଁ। ମୁଁ ବହୁତ ଇମୋସନାଲ ହୋଇପଡ଼ିଛି।’ ବୋଲି ରାକ୍ଷୀ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ରାକ୍ଷୀଙ୍କ ଭିଡ଼ିଓ ଲଞ୍ଚ ପ୍ରୋଗ୍ରାମ୍ରେ ସେ ବାରମ୍ବାର ଡ୍ରେସ୍ ସଜାଡ଼ୁଥିବା ଦେଖିବାକୁ ମିଳିଛି।
