Odia News Portal

ଅଜୟଙ୍କ ପୁଅ ୟୁଗ୍‌ କୁ ନେଇ ଚର୍ଚ୍ଚା, ପୁରା ବଲିଉଡ୍‌ ଜଣାଉଛି ଶୁଭେଚ୍ଛା

ବମ୍ବେ : ଅଜୟ ଦେବଗନ୍‌ ଏବଂ କାଜୋଲ୍‌ ନିଜର କ୍ୟାରିୟର ସହିତ ବୈବାହିକ ଜୀବନକୁ ମଧ୍ୟ ଏନଜୟ କରିଥାନ୍ତି । ଏହି କପଲଙ୍କର ଦୁଇଟି ଛୁଆ ନିସା ଏବଂ ୟୁଗ୍‌ ଅଛନ୍ତି । ଆଜି ପୁଅ ୟୁଗ୍‌ ଙ୍କର ବାର୍ଥ ଡେ ଏବଂ ସେ ୯ବର୍ଷର ହୋଇଯାଇଛନ୍ତି । ଏହି ମୌକାରେ କାଜୋଲ ଏବଂ ଅଜୟ ପୁଅକୁ ବାର୍ଥ ଡେ ଓ୍ଵିସ୍‌ କରି ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ।

କାଜୋଲ୍‌ ସେୟାର କରିଥିବା ଏହି ଭିଡିଓରେ କ୍ୟାପସନ୍‌ ଲେଖିଛନ୍ତି କି, ଯେବେ ତୁମେ ୩ବର୍ଷର ଥିଲ ସେତେବେଳେ ସବୁକିଛି ବହୁତ ଭଲ ଥିଲା, ଯେବେ ଆଜି ତୁମେ ୯ବର୍ଷର ହୋଇଯାଇଛ ତ, ଆହୁରି ଅଧିକ ଭଲ ହୋଇଯାଇଛ । ହାପି ବାର୍ଥ ଡେ ୟୁଗ୍‌ । କାଜୋଲଙ୍କ ଏହି ପୋଷ୍ଟରେ ୟୁଗ୍‌ ଙ୍କ ମାଉସୀ ତନୀଷା ମୁଖାର୍ଜୀ ମଧ୍ୟ କମେଣ୍ଟ ଦେଇଛନ୍ତି । ତନୀଷା ଲେଖିଛନ୍ତି କି, ମୋର କ୍ୟୁଟ୍‌, ତମେ କେମିତି ଅଛ । ଅନ୍ୟପଟେ ଅଭିନେତ୍ରୀ ଦିୟା ମିର୍ଜା ଲେଖିଛନ୍ତି କି, ହାପି ବାର୍ଥ ଡେ ୟୁଗ୍‌ ।

ଦିବ୍ୟା ଦତ୍ତା ଏବଂ ଅମ୍ରୁତା ଅରୋଡା ମଧ୍ୟ ୟୁଗଙ୍କୁ ବର୍ଥ ଡେ ରେ ଓ୍ଵିସ୍‌ କରିଛନ୍ତି । ଅଜୟ ଦେବଗନ୍‌ ୟୁଗଙ୍କ ସହିତ ଗୁରୁଦ୍ୱାରର ଏକ ଫଟୋ ସେୟାର କରିଛନ୍ତି । ଅଜୟ ଦେବଗନ୍‌ କ୍ୟାପସନରେ ଲେଖିଛନ୍ତି କି, ତୁମକୁ ବଡ ହେଉଥିବାର ଦେଖିବା ବହୁତ ସୁଖଦ ଅଟେ । ଏହା କେବେବି ସରିବନାହିଁ । ଏହି ଫଟୋରେ ମଦ୍‌ଯ ତନିଷା ଲେଖିଛନ୍ତି କି, ଏହି ଫଟୋ ବହୁତ ହି ଭଲ । ଏହାପୂର୍ବରୁ କଜୋଲ ପୁଅ ସହିତ ଏକ ଫଟୋ ସେୟାର କରି ଲେଖି ଥିଲେ କି, ଜନ୍ମଦିନ ସପ୍ତାହ ଆରମ୍ଭ ହୋଇଯାଇଛି ।