ବମ୍ବେ : ମଲାଇକା ଆରୋରା ଏବେ ବଲିଉଡରେ ନିଜର ସମ୍ପର୍କକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି। ଏହାସହିତ ସୋସିଆଲ ମିଡିଆରେ ନିଜର ହଟ୍ ଏବଂ ବୋଲ୍ଡ ଫଟୋକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ମଲାଇକା ନିଜର ଏକ ବୋଲ୍ଡ ଥ୍ରୋବ୍ୟାକ ଫଟୋ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି। ଯେଉଁଥିରେ ମଲାଇକା ବ୍ଲାକ ଆଣ୍ଡ ହ୍ଵାଇଟ୍ ଫଟୋରେ ସମୁଦ୍ରରେ ଟପ୍ଲେସ ଭାବେ ନଜର ଆସିଛନ୍ତି। ଏହି ଫଟୋରେ କେବଳ ମଲାଇକାଙ୍କ ପଛପଟ ଦେଖିବାକୁ ମିଳୁଛି।
ମଲାଇକାଙ୍କ ଏହି ଫଟୋ ୧୮ ବର୍ଷର ପୁରୁଣା ଫଟୋ। ଯାହାକୁ ଜଣେ ଫଟୋଗ୍ରାଫର ସେୟାର କରିଥିଲେ। ଏହାକୁ ମଲାଇକା ଏବେ ରିପୋଷ୍ଟ କରିଛନ୍ତି। ମଲାଇକା ୧୮ ବର୍ଷ ର୍ପୂେବ ଯେତିକି ହଟ୍ ଏବଂ ଫିଟ ଥିଲେ ଏବେ ବି ସେ ସେପରି ଅଛନ୍ତି ବୋଲି ଭାଇରାଲ ହୋଇଥିବା ଫଟୋରେ ଫ୍ୟାନ୍ସ କମେଣ୍ଟ ଦେଇଛନ୍ତି। ଏହି ଫଟୋରେ କେବଳ ମଲାଇକାଙ୍କ ଫ୍ୟାନ୍ସ ନୁହେଁ ବରଂ ବଲିଉଡ ସେଲିବ୍ରିଟ୍ ମାନେ ମଧ୍ୟ କମେଣ୍ଟ ନେଇଛନ୍ତି। ଏହାଛଡା ଅନେକ ମଧ୍ୟ ମଲାଇକାକୁ ଟ୍ରୋଲ କରୁଛନ୍ତି। ଏହି ଫଟୋକୁ ନେଇ ବିଭିନ୍ନ ପ୍ରକାର ଖରାପ କମେଣ୍ଟ ମଧ୍ୟ ଦେଉଛନ୍ତି।
ନିକଟରେ ମଲାଇକା ବଏଫ୍ରେଣ୍ଡ ଅର୍ଜୁନ ସହିତ ଅଷ୍ଟ୍ରିଆରେ ଛୁଟି କଟାଇ ଆସିଛନ୍ତି। ଦୁହେଁ ନିଜର ସମ୍ପର୍କକୁ ସାର୍ବଜନୀତ ସ୍ତରରେ ସ୍ୱୀକାର ମଧ୍ୟ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ବିବାହକୁ ନେଇ କୌଣସି ଖୁଲାସ କରିନାହାନ୍ତି।