Odia News Portal

ବିବାହ ପରେ ନୁସରତଙ୍କୁ ପ୍ରଥମ ଥର ପାଇଁ ରୂପେଲି ପରଦାରେ ଦର୍ଶକ ଦେଖିବେ

ମୁମ୍ବାଇ : ଅଭିନୟରୁ ରାଜନୀତି ମୈଦାନରେ ପାଦ ଥାପିଥିବା ନୁସରତ ଜହାଁ ଏ​‌ବେ ଫିଲ୍ମରେ ଅଭିନୟ କରିବେ। ସାଂସଦ ହେବା ପରେ ନୁସରତ ପ୍ରଥମ ଫିଲ୍ମ ପାଇଁ ସାଇନ କରିଛନ୍ତି। ସାଂସଦ ହେବା ପୂର୍ବରୁ ତାଙ୍କ ଅଭିନୟ ମାଧ୍ୟରେ ଦର୍ଶକଙ୍କ ପାଖରେ ସେ ବେଶ ଲୋକପ୍ରିୟ ହୋଇ ପାରିଥିଲେ। ଏହି ଫିଲ୍ମର ସୁଟିଂ ବିଳମ୍ବରେ ଆରମ୍ଭ ହେବ ବୋଲି ପ୍ରଯୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି।

ଏହି ସମୟ ଭିତରେ ନୁସରତଙ୍କ ଜୀବନ ଶୈଳୀ ବଦଳିଯାଇଛି। ବିବାହ ପରେ ନୁସରତଙ୍କୁ ପ୍ରଥମ ଥର ପାଇଁ ରୂପେଲି ପରଦାରେ ଦର୍ଶକ ଦେଖିବେ। ସେଥିଲାଗି ତାଙ୍କ ପ୍ରଶଂସକ ତାଙ୍କୁ ଉତ୍ସାହିତ କରିଛନ୍ତି। ସୋସିଆଲ ମିଡିଆରେ ନୁସରତଙ୍କ ଆଗାମୀ ଫିଲ୍ମ ସଂପର୍କରେ ସେ ସୂଚନା ଦେଇଛନ୍ତି। ଏହାସହ ଫିଲ୍ମର ନିର୍ଦେଶକ ପାବେଲ କହିଛନ୍ତି ଯେ, ଅସୁର ନାମକ ଏକ ନୂଆ ଫିଲ୍ମ ସୁଟିଂ ହେବାକୁ ଯାଉଛି।

ଏହି ଫିଲ୍ମର ମୁଖ୍ୟ ଭୂମିକାରେ ତୃଣମୂଳ କଂଗ୍ରେସର ନବ ନିର୍ବାଚିତ ସାଂସଦ ନୁସରତ ଜହାଁ ଅଭିନୟ କରିବେ। ଏହା ବ୍ୟତୀତ ଅବିର ଚାଟାର୍ଜିଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ ବୋଲି ନିର୍ଦେଶକ କହିଛନ୍ତି। ନୁସରତ ଜଣେ ସାଂସଦ ତାଙ୍କ ବ୍ୟସ୍ତ ବହୁଳ ଜୀବନ ଭିତରେ ଫିଲ୍ମ କିପରି କରିବେ ବୋଲି ନିର୍ଦେଶକ ପାବେଲଙ୍କୁ ପ୍ରଶ୍ନ ପଚରା ଯାଇଥିଲା। ସେ କହିଥିଲେ, ନୁସରତ ସାଂସଦ ସହ ଜଣେ ଅଭିନେତ୍ରୀ  ତାଙ୍କ ବ୍ୟସ୍ତ ଜୀବନରୁ ସମୟ ଦେବେ ବୋଲି ନୁସରତ ନିଜେ କହିଛନ୍ତି