ମୁମ୍ବାଇ : ବର୍ଷା ଋତୁରେ ଆକାଶ ମେଘାଚ୍ଛନ୍ନ ରହିଲେ ବି ପରିବେଶ ପରିଷ୍କାର ଥାଏ । ହେଲେ ଚତୁର୍ଦିଗ ସବୁଜିମାରେ ଭର୍ତ୍ତି ହୋଇଯାଇଥାଏ । ପ୍ରକୃତିର ଏଇ କଣ୍ଟ୍ରାଷ୍ଟକୁ ନିଜ ପୋଷାକରେ ପ୍ରତିଫଳିତ କରିବାକୁ ଚେଷ୍ଟା କରିଛନ୍ତି ଛୋଟ ପରଦାର ଅଭିନେତ୍ରୀ ଶିବାଙ୍ଗୀ । ରୂପରେ କୌଣସି ପରୀଠୁ କମ ଦେଖାଯାଆନ୍ତି ନାହିଁ।
ସାଧାରଣତଃ ବିବାହ ଉତ୍ସବରେ ସମସ୍ତେ ଲେହେଙ୍ଗା ପିନ୍ଧିବାକୁ ପସନ୍ଦ କରନ୍ତି । କିନ୍ତୁ ଶିବାଙ୍ଗୀ ପରିଧାନ କରିଥିବା ଏହି ଲେହେଙ୍ଗାର ଡିଜାଇନକୁ ଅତି ଚତୁରତାର ସହ କରାଯାଇଛି । ଏହାର ଘେରରେ ହାଲକା ଷ୍ଟିଚ୍ ରହିଛି । ପଳରେ ଘେରରେ ସୁନ୍ଦର କୁଞ୍ଚ ସୃଷ୍ଟି ହେଉଛି । ଏବେ ଶିବାଙ୍ଗୀଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ସେ ବ୍ରାଇଡାଲ ଲୁକ୍ରେ ନଜର ଆସିଛନ୍ତି।
ଲେହେଙ୍ଗା ଉତ୍ତର ଓ ଦକ୍ଷିଣ ଭାରତୀୟ ପରିଧାନ ପରଂପରା ହୋଇଥିଲେ ମଧ୍ୟ ଏବେ ବିବାହ ଉତ୍ସବ ଏବଂ ପର୍ବ ପର୍ବାଣୀରେ ସମଗ୍ର ଦେଶରେ ଏହାକୁ ପରିଧାନ କରାଯାଇଛି । ଏବେ ଭାରତୀୟ ଲେହେଙ୍ଗା ଶୈଳୀ ସହ ପାଶ୍ଚାତ୍ୟ ଗାଉନର ବ୍ଲେଣ୍ଡିଂରେ ନୂଆ ନୂଆ ଡିଜାଇନ ବଜାରକୁ ଆସୁଛି ।
ଟିଭି ସିରିଏଲ ୟେ ରିସ୍ତା କ୍ୟା କେହଲାତା ହୈର ଅଭିନେତ୍ରୀ ଶିବାଙ୍ଗୀ ଯୋଶି ନାୟରା ଭୂମିକାରେ ଅଭିନୟ କରନ୍ତି। ଅସଲୀ ନାଁଠୁ କମ ସେ ନାୟରା ନାଁରେ ଅଧିକ ପରିଚିତା।ଶିବାଙ୍ଗୀଙ୍କ ବ୍ରାଇଡାଲ ଲୁକ୍ ଏବେ ସାମ୍ନାକୁ ଆସିଛି । ଏହା ନ୍ୟୁ ଟ୍ରେଣ୍ଡ ବୋଲି କୁହାଯାଉଛି । ବିଶେଷ କରି ବର୍ଷା ଋତୁର ଏହା ବ୍ରାଇଡାଲ ଫ୍ୟାଶନ ବୋଲି ବିବେଚନା କରାଯାଉଛି ।
ଶିବାଙ୍ଗୀଙ୍କ ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ଦିଲରେ ରାଜ କରନ୍ତି। ଏହି ସିରିଏଲ ବର୍ଷ ବର୍ଷ ଧରି ଚାଲିଛି। ହେଲେ ତଥାପି ଲୋକେ ଏହି ଧାରାବାହିକ ଦେଖିବା ବହୁତ ପସନ୍ଦ କରନ୍ତି। ଏହି ସିରିଏଲରେ ନାୟରାଙ୍କ ବିପକ୍ଷରେ ମହସିନ ଖାନ ଅଭିନୟ କରନ୍ତି।